ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

0
203

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସୋମବାର ଦିନ ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ସଫଳ ମୁକାବିଲା ନିମନ୍ତେ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ତଥା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ , ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ବ୍ଳକସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସ ଅଧ୍ଯକ୍ଷତା କରିଥିଲେ । ଏଥିସହ ସ୍ଥାନୀୟ ତହସିଲଦାର ସିପକ କୁମାର ପାତ୍ର , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ , ଅଗ୍ନିଶମ ବିଭାଗ ମୁଖ୍ୟ ଆଗ୍ନିକ ରାଜେନ୍ଦ୍ର ନାରାୟଣ ଦାସ , କନିଷ୍ଠ ଯନ୍ତ୍ରୀ ପ୍ରେମ ରଞ୍ଜନ ମହାପାତ୍ର , ରାଜସ୍ବ ନିରୀକ୍ଷକ ସନାତନ ରଣା , ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ବିଶ୍ବାଳ , ସ୍ଥାନୀୟ ସରପଞ୍ଚ ଜୟଲକ୍ଷ୍ମୀ ଗୈାଡ , ସମାଜସେବୀ ରଞ୍ଜନ କୁମାର ପାଣିଗ୍ରାହୀ , ବିଏସ୍ ଏ ଶଙ୍କର ମିଶ୍ର , ପ୍ରଧାନଶିକ୍ଷକ ସଦାନନ୍ଦ ପାଣିଗ୍ରାହୀ , ସିଆରସିସି ଦେବେନ୍ଦ୍ର ବେହେରା , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା , ବାତ୍ୟା ସମୟରେ ଆତଙ୍କିତ ଲୋକ ତଥା ଗର୍ଭବତୀ ମହିଳାମାନଙ୍କୁ କିପରି ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିପାରିବା । ନିଆଁ ଲାଗିବା କିମ୍ବା ଘରେ ରନ୍ଧନ ଗ୍ୟାସରୁ ନିଆଁ ବାହାରିଲେ ତାହାକୁ କିପରି ଆୟତ୍ତ କରିପାରିବ , ଦୁର୍ଘଟଣା ଭଳି ସମୟରେ ଦୁର୍ଘଟଣା ଜନିତ ଲୋକଙ୍କୁ କିପରି ମେଡିକାଲ ପଠାଇବାର ବନ୍ଦୋବସ୍ତ କରାଯାଇପାରିବ ତାହା ଉପରେ ବିଶେଷ ଆଲୋଚନା କରିବା ସହ ଉପସ୍ଥିତ ଲୋକମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ସମୟରେ ଜନ ସାଧାରଣ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ନିଜେ କିପରି ସୁରକ୍ଷିତ ରହିପାରିବେ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବେ ତାହା ନେଇ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ଚନ୍ଦ୍ର ଯୁବ ସଂଗଠନ ସଦସ୍ୟ , ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here