ଗଞ୍ଜାମ ଜିଲ୍ଲା ସମିତି ସଭ୍ୟ/ସଭ୍ୟା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ।

0
180

ବୁଗୁଡା : ଗଞ୍ଜାମ ଜିଲ୍ଲାର ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲା ସମିତି ସଭ୍ୟ/ସଭ୍ୟା ସଂଘ ଗଠନ ହୋଇ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାନେତ୍ରୀ ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ସମିତି ସଭ୍ୟ / ସଭ୍ୟା ବୃନ୍ଦ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ଦାବି ଗୁଡିକ ହେଲା, ୧-ପ୍ରତ୍ୟେକ ପଞ୍ଚାୟତରେ ସମିତି ମେମ୍ବର ମାନଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠ ପ୍ରଦାନ, ୨-ସମିତି ମେମ୍ବରମାନଙ୍କୁ ପଞ୍ଚାୟତ ଓ ସମିତିର କାର୍ଯ୍ୟ କରିବାକୁ ଉତ୍ତମ ପରିବେଶ ସୃଷ୍ଟି କରିବା, ୩-ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ସମିତି ମେମ୍ବରଙ୍କୁ ୨୦ ଲକ୍ଷ ଟଙ୍କାର ହାତପାଣ୍ଠି ବ୍ୟବସ୍ଥା କରିବା, ୪-ପଞ୍ଚାୟତର ମାସିକ ବୈଠକ ଓ ଜିପିଡ଼ିପି ବୈଠକରେ ସମିତି ମେମ୍ବରଙ୍କ ସ୍ବାକ୍ଷର ନେବା, ୫-ସମିତି ମେମ୍ବରଙ୍କ ମାସିକ ଭତ୍ତା ୧୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୬-ପ୍ରତ୍ୟେକ ମାସିକ ବୈଠକ ସମ୍ପର୍କରେ ବ୍ଲକ ପକ୍ଷରୁ ଚିଠି ଦ୍ୱାରା ଜଣାଇବା, ୭-ଗ୍ରାମ ପଞ୍ଚାୟତର ନିର୍ଦ୍ଧାରଣ ସମିତିରେ ଗୃହୀତ ପୂର୍ବରୁ ସମିତି ମେମ୍ବରଙ୍କ ଦୃଷ୍ଟିକୁ ଆଣିବା, ୮-ମନରେଗା କାର୍ଯ୍ୟର ୫୦ ପ୍ରତିଶତ ସମିତି ମେମ୍ବରଙ୍କ ତତ୍ତ୍ୱାବଧାନରେ କରିବାକୁ ନିର୍ଦ୍ଦେଶ ଦେବା, ୯-ମନରେଗା ପ୍ରକଳ୍ପର ବିଲ ଗୃହୀତ ହେବା ପୂର୍ବରୁ ସମିତି ମେମ୍ବରଙ୍କ ସ୍ବାକ୍ଷର ବାଧ୍ୟତାମୂଳକ କରିବା ଓ ୧୦-ପଞ୍ଚାୟତ ସମିତିର ଅଟକଳ ଓ ଖର୍ଚ୍ଚ ଗୃହୀତ ହେବା ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତର ସମିତି ମେମ୍ବରଙ୍କ ସ୍ଵାକ୍ଷର ବାଧ୍ୟତାମୂଳକ କରିବା

ରିପୋର୍ଟ:ସୁମନ ସ୍ୱରୂପ ମହାରଣା

LEAVE A REPLY

Please enter your comment!
Please enter your name here