ମହୁଡା ଗ୍ରାମରେ ଯୁବକଙ୍କ ଉନ୍ମକ୍ତ କାଣ୍ଡ : ଗିରଫ ଦାବିରେ ବ୍ରହ୍ମପୁର – ଚିକିଟି ରାସ୍ତା ଅବରୋଧ କଲେ ଗ୍ରାମବାସୀ

0
497

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ଗ୍ରାମରେ ଗୁରୁବାର ସକାଳୁ କିଛି ଅପରାଧୀ ସଂପ୍ରଦାୟର ଯୁବକଙ୍କ ଉନ୍ମକ୍ତ କାଣ୍ଡ ପ୍ରତିବାଦରେ ଗିରଫ ଦାବିନେଇ ଗ୍ରାମବାସୀ ବ୍ରହ୍ମପୁର – ଚିକିଟି ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ଖବରନୁଯାୟୀ , ଆଜି ସକାଳୁ ଲାଠି ଗ୍ରାମର ପାଣ୍ଡା ଗୈାଡ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଓ କିଛି ସହଯୋଗୀ ମହୁଡା ଗ୍ରାମକୁ ଆସି ହାତରେ ଖଣ୍ଡା, କାତି ଧରି ଲୋକଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଚମକ ଦେଇ ଫେରି ଯାଇଥିଲେ । ଯାହାଫଳରେ ଗ୍ରାମବାସୀମାନେ ଅତ୍ୟନ୍ତ ଭୟଭୀତ ହେବା ସହ ଅପରାଧୀଙ୍କୁ ଗିରଫ ନେଇ ମଧ୍ୟାହ୍ନ ସାଢେ ୧୧ ଘଣ୍ଟା ସମୟରୁ ଅପରାହ୍ନ ୪ ଘଣ୍ଟା ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହେବା ସହ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିବା ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଥିଲେ । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପାଣ୍ଡା ଗୈାଡଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ମତ ପ୍ରଦାନ କରିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here