ପୂର୍ବତନ ବିଧାୟକଙ୍କ ଭ୍ରାତୃ ବିୟୋଗ

0
177

ଛତ୍ରପୁର: ଛତ୍ରପୁର ର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ଭାଇ ହିମାଂଶୁ ଶେଖର ପ୍ରଧାନ(39)ଙ୍କ ଶୁକ୍ରବାର ଭୋର ୩ଟା ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସିତ ହେଉଥିଲେ। ସେ ବୃନ୍ଦାବନ ବିହାର ଶାଖା ଅଙ୍କୁଶପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ର ସହକାରୀ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ମେଳାପି ଏବଂ ଶାନ୍ତ ସ୍ଵଭାବର ବ୍ୟକ୍ତିତ୍ଵ। ତାଙ୍କର ମୃତ୍ୟୁ ଖବର ଶୁଣି ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ୍ ନାରାୟଣ ରେଡ୍ଡୀ, ବିଜେଡି ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ଓ ପ୍ରମୋଦ ପ୍ରଧାନ,ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ,ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜିବାବୁ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ଯୁବନେତା ବିମଳ ପଣ୍ଡା,ପୂର୍ବତନ ସମିତି ସଭ୍ୟଜ୍ୟୋତି ରଞ୍ଜନ ସାହୁ, ଅଶୋକ କୁମାର ପାଣିଗ୍ରାହୀ,ଆର ଭାଗିରଥି ରେଡି, ବିଜେପି ନେତା କୃଷ୍ଣ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର କର, କେ. ଚନ୍ଦ୍ର ଶେଖର ରେଡ୍ଡୀ, ସଂଜିତ କୁମାର ରାଉଳ, ଲକ୍ଷ୍ମୀପୁର ପଂଚାୟତ ର ପୂର୍ବତନ ସମିତି ସଭ୍ୟଏନ. ଦୁର୍ଯ୍ୟୋଧନ ରେଡ୍ଡୀ,ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥି ବେହେରା, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ,ସିପିଆଇ ନେତା ଡ଼ି. ଆଦିନାରାୟଣ ରେଡ୍ଡୀ,ଛତ୍ରପୁର ଏନଏସି ର କାଉନସିଲର ପ୍ରୀତି ଛନ୍ଦା ସାମଲ, ଦେବାଶିଷ ମିଶ୍ର ଓ କେ. ରମେଶ, ଛତ୍ରପୁର ଏନଏସି ର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା,ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ କୁମାର ମହାରଣା ଙ୍କ ସମେତଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଂଚ ଓ ସମିତି ସଭ୍ୟ ଏବଂ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସହ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ଆଇନଜୀବି ଓ ବୃଦ୍ଧିଜୀବି ମାନେ ଉପସ୍ଥିତ ରହି ଶୋକ ସନ୍ତପ ପରିବାର ଙ୍କୁ ସମବେଦନା ଜଣାଇଥିଲେ

LEAVE A REPLY

Please enter your comment!
Please enter your name here