କମିଶନରଙ୍କ ଚିଠିକୁ ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସହ ଆଲୋଚନା

0
193

ଛତ୍ରପୁର : ସ୍ଥାନୀୟ ବ୍ଲକର ବରିଷ୍ଠ ଶିକ୍ଷକ ସୁବାସ ଜେନାଙ୍କ ନେତୃତ୍ୱରେ ସମସ୍ତ ବର୍ଗର ଶିକ୍ଷକ /ଶିକ୍ଷୟତ୍ରୀ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । ବିଶେଷ କରି କିଛି ଦିନ ପୂର୍ବେ ଶିକ୍ଷା ସଚିବ ଏସ. ଅସ୍ୱସ୍ଥିଙ୍କ ପରାମର୍ଶ ଓ ସରକାରୀ ଚିଠିକୁ ଆଧାର କରି ଶିକ୍ଷକ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କାର୍ଯ୍ୟକାରୀ ଓ ତାର ସଫଳ ରୂପାୟନ କରିବା ଦିଗରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଯେପରି ଶିକ୍ଷାନିତୀ ୨୦୨୦ ଅନୁସାରେ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ(ଏଫଏଲଏନ) କାର୍ଯ୍ୟକ୍ରମ ଯାହା ପିଲାଙ୍କ ଗୁଣାତ୍ମ ଶିକ୍ଷା ବୃଦ୍ଧିରେ ସହାୟକ ହେବ ଏହା ଉପରେ ଆଲୋଚନା କରାଯାଇଥିଲା । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର, ବିଭିନ୍ନ କାର୍ଯ୍ୟରେ ତତ୍ପରତା ପ୍ରଦର୍ଶନ ପାଇଁ ସେମାନେ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here