ଦୁଆରଶୁଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଯୋଗୀ ଦେବଦତ୍ତ

0
183

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି . ତୁରୁବୁଡି ପଞ୍ଚାୟତର ଲକ୍ଷ୍ମୀନାରାୟଣ ପୁର ଗ୍ରାମରେ ଦୀର୍ଘ ଦିନ ଚାଲିଥିବା ମାଁ ଦୁଆରଶୁଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶେଷ ତଥା ଉଦଯାପନୀ ସନ୍ଧ୍ୟାରେ ହରପ୍ରିୟା ଆଶ୍ରମର ଯୋଗୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ମହନ୍ତ ଚିନ୍ମୟାନନ୍ଦ ଦାସ ସମେତ ଆଶ୍ରମର ବହୁ କର୍ମକର୍ତ୍ତା ଯୋଗ ଦେଇ ଶେଷ ଦିବସରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ମହା ପୌରାଣିକ ନାଟକ ରାମାୟଣର ଉଦଘାଟନ କରିଥିଲେ । ଏହି ଅବସରରେ ଗତ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟାବହ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜୀବନ ଚାଲି ଯାଇଥିବା ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ଶୋକସଭା ପାଳନ କରିବା ସହ ଗୁରୁତର ଆହତଙ୍କ ଶୀଘ୍ର ଆଶୁ କାମନା ନିମନ୍ତେ ମାଁ ଙ୍କ ନିକଟରେ ଭିକ୍ଷା ମାଗିଥିଲେ । ଏଥିସହ ସମାଜର କଲ୍ୟାଣ କାମନା କରିବା ସହ ବିଭିନ୍ନତା ଭିତରେ ଏକତା ରହି ସମାଜ ଭିତରେ ଭାଇଚାରା ସୃଷ୍ଟି କରି ରହିଥିବା ଅଶାନ୍ତି ବାତାବରଣକୁ ଦୁରକରି ଶାନ୍ତି ପ୍ରତିଷ୍ଠା ରକ୍ଷା କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଥିବା ଯୋଗୀ ମହାରାଜ ନିଜ ପ୍ରତିକ୍ରିୟାରେ ଉପଦେଶ ଦେଇଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here