ବ୍ଳକସ୍ତରୀୟ ଶିକ୍ଷକ ତାଲିମ ଶିବିର ତଥା ବର୍ଣ୍ଣାଳୀ କାର୍ଯ୍ୟକ୍ରମ ଉଦଯାପିତ

0
512

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପଦ୍ମନାଭପୁର ସ୍ଥିତ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ବ୍ଳକସ୍ତରୀୟ ଶିକ୍ଷକ ତାଲିମ ଶିବିର ତଥା ବର୍ଣ୍ଣାଳୀ କାର୍ଯ୍ୟକ୍ରମ ଶନିବାର ଦିନ ଉଦଯାପିତ ହୋଇଯାଇଛି । ସମଗ୍ର ଶିକ୍ଷା ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଏବଂ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁୁ ଆୟୋଜିତ ଏହି ଶିବିରକୁ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଅଧ୍ଯକ୍ଷତା କରିଥିଲେ । ଉଦଘାଟନୀ ଦିବସରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସେଠୀ ସମେତ ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ଶିବିରରେ ଅଂଶଗ୍ରହଣ କରିଥିବା ୮୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅତିଥି ମାନେ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଏପରିକି ସମାଜରେ ଚାଲିଥିବା ମହିଳାଙ୍କ ପ୍ରତି ହିଂସା , ବାଲ୍ୟବିବାହକୁ ନା , ମହିଳାଙ୍କ ପ୍ରତି ସମତା ରକ୍ଷା କରିବା , ଭ୍ରୁଣ ହତ୍ୟା ରୋକିବା , ପୁଅ ଓ ଝିଅ ମଧ୍ୟରେ ପାତର ଅନ୍ତର ସୃଷ୍ଟି ନ କରିବା ବିଷୟରେ ତାଲିମ ପ୍ରଦାନ କରିବା ସହ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ସଂଯୋଗୀକରଣ କରି ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ ଉପରେ ଆଲୋଚନା କରାଯାଇଥିଲା । ତେବେ ଦ୍ବିତୀୟ ଦିବସରେ ରାଜ୍ୟ ସମ୍ବଳ ଶିକ୍ଷକ ସନ୍ତୋଷ କୁମାର ପାତ୍ର ଶିବିର ପରିଦର୍ଶନ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଫେରିଥିଲେ । ତେବେ ଉଭୟ ସ୍ଥାନରେ କାର୍ଯ୍ୟକ୍ରମ ପରିଚାଳନା କରିବା ନିମନ୍ତେ ସମ୍ବଳ ଶିକ୍ଷକ ପ୍ରତାପ ଚନ୍ଦ୍ର ସାହୁ , ଅଜୟ କୁମାର ବିଶ୍ବାଳ , ଶ୍ରୀମତୀ ଅଳକା କୁମାରୀ ପ୍ରଧାନ ଏବଂ ସୁଜ୍ଞାନୀ ଶତପଥୀ ନିୟୋଜିତ ରହିଥିଲେ । ସେହିପରି ସିଆରସିସି ଅନିଲ କୁମାର ଦାସ , ବଳରାମ ବେହେରା , ଶଙ୍କର ସେଠୀ , ସୁବ୍ରତ କୁମାର ପଣ୍ଡା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here