ମାଣିତରାରେ ୧୦୮ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ

0
230

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ୧୦୮ ପ୍ରହର ନାମ ଯଜ୍ଞର ଶୁଭାରମ୍ଭ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ନାମ ମହାଯଜ୍ଞ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ୨୩/୪/୨୩ ତାରିଖ ଆରମ୍ଭ ହୋଇଥିବା ବେଳେ ଏହା ଜ୍ୟେଷ୍ଠ କୃଷ୍ଣ ଦ୍ଵିତୀୟା ୭/୫/୨୩ ତାରିଖରେ ଉଦଯାପିତ ହେବ। ଏହି ନାମ ମହାଯଜ୍ଞରେ ମାଣିତରା, ଅରଖପୁର, ଖରିଡା, ମାଳ ଗୋଛାବାଡି, ମହେଶ୍ୱରପୁର, ଘୋଳପୁର ଓ ଛାମୁଣ୍ଡା ଗ୍ରାମର ନାମ ସଂକୀର୍ତ୍ତନ ଦଳ ଯୋଗଦେଇ ଅଖଣ୍ଡ ମହାମନ୍ତ୍ର ଗାନ କରୁଛନ୍ତି। ନାମ ଯଜ୍ଞ ସହ ଗୋ ଯଜ୍ଞ ଓ ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଗ୍ରାମ୍ୟ କମିଟି ଓ ନାମ ଯଜ୍ଞ କମିଟି ସଦସ୍ୟ ଓ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗ କ୍ରମେ ଏହା ମଇ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରଥମ ଥର ପାଇଁ ୧୦୮ ପ୍ରହର ନାମ ଯଜ୍ଞ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଯୋଗୁଁ ପ୍ରବଳ ଜନ ସମାଗମ ହେବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here