ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ବାର୍ଷିକ ଉତ୍ସବ ଓ କର୍ମଶାଳା

0
405

ଭୁବନେଶ୍ୱର:କରୋନା କଟକଣା ହଟିବା ପରେ ଆଜି ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସା)ର ବାର୍ଷିକ ଉତ୍ସବ ଓ କର୍ମଶାଳା ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ନିକଟସ୍ଥ ଆଇସିଏମଆର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଡ଼ଃ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମହାଅଧିବକ୍ତା ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଯୁକ୍ତ ଅଶୋକ କୁମାର ପରିଜା ଓ ମୁଖ୍ୟ ବକ୍ତା ଭାବେ ଅଭିଯୋଜନ ବିଭାଗର ନିର୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ଯୋଗଦେଇ ବିଚାର ବିଭାଗ ବ୍ୟବସ୍ଥାରେ କିପରି ଜଣେ ସାଧାରଣ ବ୍ୟକ୍ତି ବିଶେଷକୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ତଥା ଅଭିଯୋଜକ ସଂଘ କିପରି ଲୋକଙ୍କ ନିକଟତର ହେଇପାରିବେ ସେଇ ବିଷୟରେ ଆଲୋଚନା କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସର୍ବପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାୟନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଅଭିଯୋଜକ ସଂଘର ସୁନ୍ଦରଗଡ଼ରେ ଅବସ୍ଥାପିତ ପବ୍ଲିକ ପ୍ରସିକ୍ୟୁଟର ତଥା ବର୍ତ୍ତମାନ ଏଡିଜେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅବଦୁଲ ସମିମ ଅକତରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସଭାର ଦ୍ଵିତୀୟ ଭାଗରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜମେଶ୍ୱର ମିଶ୍ର, ଉପ ନିର୍ଦ୍ଦେଶକ ତଥା ସଂଘର ସଭାପତି ଅଜିତ ପଟ୍ଟନାୟକ ଓ ସଂଘର ସମ୍ପାଦକ ସଞ୍ଜୟ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ପରେ ଏହି ସେବାରେ ରହି ସମାଜ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନୂଆପଡ଼ାର କ୍ୟାଡ଼ର ଏପିପି ଅଖମଲ ସରିଫ, ଛତ୍ରପୁରର ଶ୍ରୀ ରାଜେଶ କୁମାର ମିଶ୍ର, କଟକର ଶ୍ରୀ ଲଲାଟେନ୍ଦୁ ଦାସ, ଭୁବନେଶ୍ୱରର ଶ୍ରୀ ବିଶ୍ୱରଞ୍ଜନ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ବରିଷ୍ଠ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀଯୁକ୍ତ ବିଧୁ ଭୂଷଣ ମହାନ୍ତି ଓ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତି। ସର୍ବ ଶେଷରେ ଉପସଭାପତି ଶ୍ରୀ ଯୁକ୍ତ ଦେବାଶିଷ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here