ଦିଗପହଣ୍ଡିରେ ଦୁଇ ବିଜେଡି ଗୋଷ୍ଠୀ ପକ୍ଷରୁ ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସ ପାଳିତ

0
569

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସୋମବାର ଦିନ ଦୁଇ ବିଜେଡି ଗୋଷ୍ଠୀ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ କରାଯାଇଛି । ପ୍ରଥମତଃ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ବିଜେଡି ସଭାପତି ଓ ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ପ୍ରେମୀ ମାନେ ସକାଳ ସାଢେ ୭ ଘଣ୍ଟା ସମୟରେ ଦିଗପହଣ୍ଡି ପୁଞ୍ଜିକୟା ଛକ ନିକଟରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଏହାପରେ ଦଳୀୟ କର୍ମୀମାନଙ୍କ ଉପସ୍ଥିତିରେ ଘୋଡ଼ାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାକାର୍ଯ୍ୟରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ଜିଲ୍ଲା ଉପସଭାପତି କ୍ରୀଷ୍ଣାରାଓ ସୁବୁଦ୍ଧି , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ନିରଞ୍ଜନ ରେଡ୍ଡୀ , ଏନ୍.ଏ.ସି. ପୂର୍ବତନ ନଗରପାଳ ହୃଦରଞ୍ଜନ ମେକାପ , ବିଧାୟକ ପ୍ରତିନିଧି ଭି . ରବିନାରାୟଣ ରାଜୁ , ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , ମହିଳା ବିଜେଡ଼ି ବ୍ଲକ୍ ସଭାନେତ୍ରୀ ଉମା ମାହେଶ୍ୱରୀ ସେଠୀ , ବ୍ଲକ ଯୁବ ସଭାପତି ରଞ୍ଜନ କୁମାର ସାହୁ , ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ , ସମ୍ପାଦକ ସନ୍ତୋଷ ଦୋରା , ଜିଲ୍ଲା ଯୁବ ଉପସଭାପତି ଚିତ୍ରସେନ ଗୌଡ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ, ଶିଶିର ପ୍ରଧାନ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହି ବିଜୁ ବାବୁ ଦେଶର ବିକାଶ ପାଇଁ ଯେଉଁ କାର୍ଯ୍ୟ କରି ଯାଇଛନ୍ତି ତାହାକୁ ମନେ ପକାଇବା ସହ ବର୍ତ୍ତମାନ ତାଙ୍କ ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଅଧିକ ପ୍ରଶଂସା କରିବା ସହ ରାଜ୍ଯରେ ଜନସାଧାରଣଙ୍କ ହିତ ନିମନ୍ତେ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟପନ୍ଥା ଅବଲମ୍ବନ କରି ଆସୁଛନ୍ତି ତାହାକୁ ସଭାରେ ଆଲୋଚନା କରାଯାଇଥିଲା । ଅପରପକ୍ଷରେ ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀମାନେ ଆଜି ସକାଳୁ ବମକୋଇ ଗ୍ରାମରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଦିଗପହଣ୍ଡି ନଗର ପରିକ୍ରମା କରିଥିଲେ । ଏହାପରେ ପୁଞ୍ଜିକୟା ଛକରେ ଥିବା କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ପୂର୍ବତନ ସରପଞ୍ଚ ସଂଘ ସଭାପତିି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବିଜୁ ଜନତା ଦଳ ସଭାପତି ଉଦୟନାଥ ସ୍ୱାଇଁ , ବରିଷ୍ଠ ନେତା ଶମ୍ଭୁନାଥ ପଣ୍ଡା , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ଗୋକର୍ଣ୍ଣପୁର ପୁର୍ବତନ ସରପଞ୍ଚ ଅସିତ ସାହୁ , ଗୌଡ଼ ଗାଁ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ପୂର୍ବତନ କୋଟିନଡା ସରପଞ୍ଚ ପ୍ରତିନିଧି ଉମା ବିଷୋୟୀ , ପୂର୍ବତନ ବ୍ଲକ ଛାତ୍ର ବିଜେଡି ସଭାପତି ରାଜ୍ କିଶୋର ମହାନ୍ତି , ବିକ୍ରମ ସିଂ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଜୁବାବୁ ଦେଶର ବିକାଶ ଓ ସମୃଦ୍ଧିରେ ନେଇ ଯେଉଁ ପ୍ରଚେଷ୍ଟା ଜାରି ରଖି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ତାହା ଅବିସ୍ମରଣୀୟ ବୋଲି କହିବା ସହ ତାଙ୍କ ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ୪ କୋଟି ଜନତାଙ୍କ ପାଇଁ ଚିନ୍ତାଧାରା କରି ଗରୀବ ହିତାଧିକାରୀଙ୍କ ନିମନ୍ତେ ପ୍ରତ୍ୟେକଟି ମୂହୁର୍ତ୍ତରେ କିଛି ନୂତନ ଯୋଜନା କରି ଆସିଛନ୍ତି ତାହାକୁ ଖୁବ୍ ପ୍ରଶଂସା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here