ରକ୍ତଦାନ ଶିବିରରେ ୩୮ ତମ ଜନ୍ମଦିନ ପାଳିଲେ ଜିଲ୍ଲା ଯୁବ ବିଜେଡି ଉପସଭାପତି ଚିତ୍ରସେନ

0
176

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁଁ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡା ଗ୍ରାମସ୍ଥିତ ବହୁମୂଖୀ ବାତ୍ଯା ଆଶ୍ରୟ ସ୍ଥଳୀରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ନିଜ ୩୮ ତମ ଜନ୍ମଦିନ ପାଳନ କରି ଯୁବପିଢୀଙ୍କୁ ପ୍ରେରଣା ଦେଇଛନ୍ତି ସରପଞ୍ଚ ପ୍ରତିନିଧି ତଥା ଜିଲ୍ଲା ଯୁବ ବିଜେଡି ଉପସଭାପତି ଚିତ୍ରସେନ ଗୈାଡ । ଶ୍ରୀ ଗୈାଡ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ଅବସରରେ ରକ୍ତଦାନ ଭଳି ମହତ୍ତ୍ଵ ଶିବିର କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏବଂ ବୃନ୍ଦାବନ ଚନ୍ଦ୍ର ଯୁବକ ସଂଗଠନର ସହଯୋଗ କ୍ରମେ ସ୍ଥାନୀୟ ସରପଞ୍ଚ ଜୟଲକ୍ଷ୍ମୀ ଗୈାଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ତଥା ବୃହତ କାଜୁ ଉନ୍ନୟନ କମିଟି ସଭାପତି ସୁବାଷ ମହାରଣା , ଜିଲ୍ଲା ଯୁବ ବିଜେଡି ଉପ ସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ , ବରିଷ୍ଠ ନେତା ପଞ୍ଚାନନ ପାଇକ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଗଣେଶ ରେଡ୍ଡୀ , ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ବିପ୍ଳବ ମିଶ୍ର , ନାଏବ ସରପଞ୍ଚ ଶରତ ଶବର ଓ ପୂର୍ବତନ ଜିଲ୍ଲା ପରିଷଦ ଡମ୍ବୁରୁ ସେଠୀ , ସନ୍ତୋଷ ସାହୁ , ବସନ୍ତ ମହାପାତ୍ର , ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଗୋଟିଏ ରକ୍ତବୁନ୍ଦାର ମହତ୍ତ୍ଵ କେତେ ଗୁରୁତ୍ବ ହୋଇଥାଏ ତାହାର ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ମୋଟ ୫୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଛାତ୍ର ନେତା ମିଲନ ପାଣିଗ୍ରାହୀ , ଚନ୍ଦନ ପାତ୍ର , ସୁନୀଲ କୁମାର ଗୈାଡ ସମେତ ଅନେକ ଯୁବଗୋଷ୍ଠୀ ଓ ସ୍ବେଚ୍ଛାସେବୀ ସଂଗଠନ ଉପସ୍ଥିତ ରହି ଶିବିର ପରିଚାଳନା କରିଥିବା ବେଳେ ବୃନ୍ଦାବନ ଚନ୍ଦ୍ର ଯୁବ ସଂଗଠନର କାର୍ଯ୍ଯକର୍ତ୍ତା ଓ ସଦସ୍ୟ ବୃନ୍ଦ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଯୁବନେତାଙ୍କ ଏଭଳି ମହତ୍ତ୍ଵ କାର୍ଯ୍ୟ ପାଇଁ ଦଳୀୟ କର୍ମୀମାନଙ୍କ ସହ ଗ୍ରାମବାସୀ ଖୁବ୍ ପ୍ରଶଂସା କରିଥିବା ଜଣାପଡ଼ିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here