ଝରଣା ଫାଉଣ୍ଡେସନ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ

0
201

ଭୁବନେଶ୍ବର : ଏକ୍ସିମ୍ ଲଜିଷ୍ଟିକ, ଝରଣା ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ କାଳିଆପାଣିସ୍ଥିତ ଟାଟାଷ୍ଟି୍ଲ ମାଇନିଂ ଲିମିଟେଡେ ପରିସରରେ କାର୍ଯ୍ୟରତ ୩୦୦ରୁ ଉର୍ଧ୍ଵ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚକ୍ଷୁ ପରୀକ୍ଷା କରାଯାଇଥିଲା ।

ଏହା ସହ ଲୋକଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟପଯୋଗୀ ଉପଦେଶ ମଧ୍ୟ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଏସ୍.ଏନ୍
ଝା (ମାଇନିଂ ମୁଖ୍ୟ ), ଶ୍ରୀଯୁକ୍ତ ଏ. କେ. ମହାନା (ଏ.ଡି.ଏମ୍.ସପ୍ଲାଏ ଚେନ୍), ଶ୍ରୀଯୁକ୍ତ ଚିରଞ୍ଜିବି ମଲ୍ଲିକ (ବରିଷ୍ଠ ଲଜିଷ୍ଟିକ ପରିଚାଳକ), ଶ୍ରୀଯୁକ୍ତ ସ୍ନେହାଶିଷ ସାହୁ (ସୁରକ୍ଷା ପରିଚାଳକ), ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନାରାୟଣ କର, ଶ୍ରୀଯୁକ୍ତ ଅରୁଣ ବର୍ଦ୍ଧନ (ସୁକିନ୍ଦା ଶାଖା ପରିଚାଳକ) ଶ୍ରୀଯୁକ୍ତ ପ୍ରଣୟ ଧୀର (ଲଜିଷ୍ଟିକ ପରିଚାଳକ) ପ୍ରମୁଖ ଉଦଘାଟନ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ଏକ୍ସିମ୍ ଲଜିଷ୍ଟିକ ସାମାଜିକ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଅଶୋକ କୁମାର ସାହୁ, ନିଗମ ହସ୍ପିଟାଲର ଡ଼ଃ ଅନୁପମ ବେହେରା, ଶ୍ରୀ ସଦାଶିବ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଆୟୋଜକ କହିଛନ୍ତି l

LEAVE A REPLY

Please enter your comment!
Please enter your name here