ଶ୍ରୀ ରାମ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ, ଶ୍ରମ ମନ୍ତ୍ରୀଙ୍କ ଯୋଗଦାନ।

0
194

ପୋଲସରା : ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ କାମ୍ପ ପାହାଡ ପାଦଦେଶରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନୂତନ ମନ୍ଦିର କାର୍ଯ୍ୟ ଜାରି ରହିଛି।ଏହି ପରିପ୍ରେକ୍ଷୀରେ ରତ୍ନମୁଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଥିଲେ। ବାଲିବନ୍ଧରେ ପଣ୍ଡିତ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ଗ୍ରାମର ପୁରୁଷ ଓ ମହିଳା ମାନେ କଳସ ଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ମନ୍ଦିର ନିର୍ମାଣ ସ୍ଥଳରେ ପହଞ୍ଚି ଥିଲେ। ପୁରୋହିତ ଭାବେ ପଣ୍ଡିତ ପ୍ରମୋଦ କୁମାର ହୋତା, ସୁନୀଲ କୁମାର ଶତପଥୀ ପୂଜାପାଠ କରିଥିଲେ। କଳମ୍ବ ଢିହ ସାହିର ନାମ ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ବିପ୍ରଚରଣ ପ୍ରଧାନ, କମା ପ୍ରଧାନ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ବାପୁଜୀ ସାହୁ, ସୁଶିତ କୁମାର ସାହୁ, ସୁରେନ୍ଦ୍ରନାଥ ପ୍ରଧାନ, ସୁଚିତ୍ର ପ୍ରଧାନ, କାଳୁଚରଣ ସାହୁ, ଗଣପତି ପ୍ରଧାନ, ରାମକୃଷ୍ଣ ସାହୁ ଓ କମିଟିର ଅନ୍ୟ ସଦସ୍ୟ ମାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here