ପେଣ୍ଡୁରାବାଡ଼ି ଗାଁ ଶାନ୍ତି କମିଟି ପକ୍ଷରୁ ଆଲୋଚନା ସଭା ; ଗୋଷ୍ଠୀ ବିବାଦର ସ୍ଥାୟୀ ସମାଧାନ ପାଇଁ ନିଷ୍ପତ୍ତି

0
197

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡିି ପଞ୍ଚାୟତ ଅନ୍ତର୍ଗତ ପେଣ୍ଡୁରାବାଡ଼ି ଗାଁ କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି ଗ୍ରାମରେ ୨ ଗୋଷ୍ଠୀ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା । ଏପରିକି ୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ପରସ୍ପର ମଧ୍ୟରେ ଦୋଷାରୋପ କରି ଦିଗପହଣ୍ଡି ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଖବରନୁଯାୟୀ , ଗ୍ରାମର କିଛି ବ୍ୟକ୍ତି ଏକାଧିକ ଗୋଷ୍ଠୀର ନେତୃତ୍ୱ ନେଇ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରି ଆସୁଥିଲେ । ଯାହାଫଳରେ ଗ୍ରାମରେ ଧାର୍ମିକ କାର୍ଯ୍ୟକ୍ରମ ତଥା ଯାତ୍ରା ବନ୍ଦ ରହିଥିଲା ।ଗ୍ରାମବାସୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଗାଁରେ ଭାଇଚାରା ନଷ୍ଟ ହୋଇଥିଲା । ଏପରିକି ଗୋଷ୍ଠୀ ବିବାଦ ଫଳରେ ଭୋଜି ଭାତରେ ମଧ୍ୟ ଅପଡ଼ ହୋଇଯାଇଥିଲା । ଗ୍ରାମର ଭଦ୍ର ବ୍ୟକ୍ତି ମାନେ ମିଳିତ ଭାବେ ଗ୍ରାମର ଶ୍ରୀ ପତିତ ପାବନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଗୋଷ୍ଠୀ ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ । ଦିଗପହଣ୍ଡି ଥାନାରେ ଉଭୟ ଗୋଷ୍ଠୀ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ମାମଲାକୁ ଆପୋଷ ସମାଧାନ କରାଯାଇ ଉଭୟପକ୍ଷ ସମସ୍ତ ମାମଲା ପ୍ରତ୍ୟାହାର କରିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା । ଗାଁ ରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଲାଗିରହିଥିବା ଅଶାନ୍ତିକୁ ଦୂରୀଭୂତ କରି ଗାଁ ରେ ସୁସ୍ଥ ଓ ଶାନ୍ତ ପରିବେଶ ପ୍ରତିଷ୍ଠା ସହ ଗାଁ ରେ ପୂର୍ବଭଳି ସମସ୍ତ ଜନସାଧାରଣଙ୍କ ସହଯୋଗ କ୍ରମେ ଯାନି ଯାତ୍ରା ଏବଂ ସାମୁହିକ ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିବା ଜଣାପଡିଛି । ସନ୍ତୋଷ କୁମାର ପଣ୍ଡା ,ଗୋବିନ୍ଦ ସେଠୀ ,ପ୍ରତାପ ଚନ୍ଦ୍ର ପଣ୍ଡା , କ୍ଷେତ୍ରବାସୀ ପଣ୍ଡା , ହରିଶ୍ଚନ୍ଦ୍ର ମିଶ୍ର , ନୀଳାଞ୍ଚଳ ପଣ୍ଡା , ଡମ୍ବ ସେଠୀ , ପ୍ରଶାନ୍ତ ବେହେରା , କାଳୀ ବେହେରା , ସୁରେଶ କୁମାର ପାତ୍ର ,ମମତା ପଣ୍ଡା ,ଚନ୍ଦ୍ରମା ବେହେରା , ତ୍ରିନାଥ ବେହେରାଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କିରଣ ବେହେରା

LEAVE A REPLY

Please enter your comment!
Please enter your name here