୧୦ ଓ ୧୧ନଂ ୱାର୍ଡରେ ସ୍ୱାସ୍ଥ୍ୟ ଶିବିର

0
193

ଛତ୍ରପୁର : ଛତ୍ରପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲାଇନ୍ସ କ୍ଲବ ପରିସରରେ ୧୦ ଓ୧୧ନଂ ୱାର୍ଡର ଜନସାଧାରଣଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଓ ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ ଅତିଥୀ ଭାବେ ଯୋଗଦେଇ ରିବନ କାଟି ଶୁଭାରମ୍ଭ କରିଥିଲେ । ଡାଇବେଟିସ, ବ୍ଲକ ଫେସର , କ୍ୟାନସର ଭଳି ଅଣସଂକ୍ରମଣ ରୋଗ ଗୁଡିକ ଏହି ଶିବିରରେ ପରୀକ୍ଷା କରାଯାଇଥିଲା । ଏହା ସହିତ ରୋଗୀ ମାନଙ୍କୁ ମାଗଣା ଓଷଧ ମଧ୍ୟ ବଣ୍ଟନ କରାଯାଇଛି । ଏହି ଶିବିରରେ ଛତ୍ରପୁର ବିଜେଡି ନଗର ସଭାପତି ବି.ରାଜୁବାବୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ , ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଅଙ୍ଗନବାଡି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ, ଲକ୍ଷ୍ମୀଲତା ନାୟକ ଓ ଝୁନୁ ବେହେରା, ଅଶାକର୍ମୀ ପ୍ରଣିତା ପାଢି ଓ ସୁନିତା ମିଶ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥଲେ । ଛତ୍ରପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ମଧୁସୂଦନ ପଟ୍ଟନାୟକ, ଫମାସିଟ୍ ସତ୍ୟ ରଂଜନ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here