ଆନ୍ଦୋଳନ କୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ

0
199

ଛତ୍ରପୁର : ଓଡିଶା ଡ୍ରାଇଭର ଏକତା ମହାମଂଚ ଆନୁକୁଲ୍ୟରେ ମହାମଂଚର ଛତ୍ରପୁର ଶାଖାର ବହୁ ଡ୍ରାଇଭର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ସେମାନଙ୍କ ୧୦ ଦଫା ଦାବି ପୂରଣ ନିମନ୍ତେ ଅଡି ବସିଛନ୍ତି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା, ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯିବା, ୫୫ ବର୍ଷ ପରେ ଡ୍ରାଇଭର ମାନଙ୍କୁ ପେନସନ ବାବଦରେ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବା, ଡ୍ରାଇଭର ମାନଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମାରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭର ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯିବା, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦିଆଯିବା ସମେତ ୧୦ ଦଫା ଦାବି ନେଇ ସେମାନେ ପୂର୍ବରୁ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବୁଧବାର ଠାରୁ ସେମାନେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ସେମାନେ ସ୍ଥାନୀୟ ଡିଆରଡିଏ ଛକ, ଚମାଖଣ୍ଡି ଛକ ଓ ପୋକୁଡିବନ୍ଧ ଛକ ଠାରେ ଆନ୍ଦୋଳନକୁ ଓହ୍ଲାଇଛି । ସେଠାରେ ଏକତ୍ରିତ ହୋଇ ପିକେଟିଂ କରିଛନ୍ତି । ଜାତୀୟ ରାଜପଥରେ ଜରୁରୀ କାଳୀନ ସେବା ଯୋଗାଇ ଦେଉଥିବା ଆମ୍ବୁଲାନ୍ସ, ଅଗ୍ରିଶ୍ରମ ବିଭାଗ, ଓ ପ୍ରଶାସନିକ ଗମନା ଗମନ ସମେତ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ଯାନ ବାହାନକୁ ରୋକା ନଯାଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିବା ମହାସଂଘର ଛତ୍ରପୁର ବ୍ଲକ ସଭାପତି ପଞ୍ଚୁ ରାଉଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here