ବେଗୁନିଆପଡା ବ୍ଲକ ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ ; କରୋନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

0
357

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଶୁକ୍ରବାର ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ବେଗୁନିଆପଡା ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ବିଶେଷ କରି  କରୋନା ମହାମାରୀ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଗକୁ ସଚେତନତା କାର୍ଯ୍ୟକ୍ରମ ଜାରିରଖିବା ପାଇଁ ନିର୍ଦେଶ ଦେଇଥିଲେ l ଏହା ବ୍ୟତୀତ ଏମଏନଜିଆରଏସ କାର୍ଯ୍ୟ ଉପରେ ବ୍ଲକର ବିଭିନ୍ନ ସରପଞ୍ଚଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଗ୍ରଗତି କରିବାପାଇଁ ଉତ୍ସାହିତ କରିଥିଲେ l ବିଭିନ୍ନ ପଞ୍ଚାୟତରେ ଏମଏନଜିଆରଏସ କାର୍ଯ୍ୟର ଧିମା ଅଗ୍ରଗତି ନେଇ ଜେଇ ମାନଙ୍କୁ ତାଗିତ କରିଥିଲେ ଜିଲ୍ଲାପାଳ l ଏହାପରେ ବଜାର ସମେତ ଜନଗହଳି ଅଂଚଳ ଯେପରି ପରିଷ୍କାର ପରିଛନ୍ନ ରହିବ ତା’ ଉପରେ ଗୁରୁତ୍ୱ ଦେବାକୁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାପରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ l ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ବେଦବର ପ୍ରଧାନ, ତହସିଲଦାର ଅବନୀ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ଥିଲେ |

LEAVE A REPLY

Please enter your comment!
Please enter your name here