ଗୁଣ୍ଠବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ଶତ ବାର୍ଷିକୀ ସମାରୋହ

0
240

କୁକୁଡ଼ାଖଣ୍ଡି:ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ଶତ ବାର୍ଷିକୀ ସମାରୋହ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ କୁଳପତି ଶ୍ରୀ ପ୍ରଫୁଲ୍ଲ ମହାନ୍ତି,
ସମ୍ନାନୀତ ଅତିଥି ରୂପେ ପୂର୍ବତନ ଦିଗପହଣ୍ଡି ପଞ୍ଚାୟତ ସମିତି ଅଧକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିପିନ ଚନ୍ଦ୍ର ପ୍ରଧାନ,ଗାୟତ୍ରୀ ଏଜୁକେସନାଲ ଇନିଷ୍ଟିଚ୍ୟୁଟ ଅଧକ୍ଷ ଇଂ.ଉତ୍ତମ କୁମାର ପାଣିଗଗ୍ରାହୀ, ବରିଷ୍ଠ ସମାଜ ସେବକ ଚିନ୍ମୟା ନନ୍ଦ ମହାରାଜ,ମହୁରୀ କାଳୁଆ କନିଷ୍ଠ ମହାବିଦ୍ୟାଳୟ ଉପାଧକ୍ଷ ତଥା ଅଧ୍ୟାପକ ଡ଼.ପ୍ରସନ୍ନ କୁମାର ବିଷୋୟୀ,ଶିକ୍ଷାବିତ ତଥା ପୂର୍ବତନ ଅଧକ୍ଷ ଗାୟତ୍ରୀ ଏଜୁକେସନାଲ ଇନିଷ୍ଟିଚ୍ୟୁଟ ଡ଼.ସବିତା ସୁଆର,ଗୋଷ୍ଟି ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର,ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ,ପୂର୍ବତନ ସରପଞ୍ଚ ସଙ୍ଘ ସଭାପତି କେ. ହରିବନ୍ଧୁ ରେଡି ସମବାୟବିତ ସୁଧୀର ରାଉତ,ବାଘଲଟି ସମିତି ସଭ୍ୟ ସାରଥୀ ପ୍ରସାଦ ଗୌଡ଼,ମୋହଡା ସମିତି ସଭ୍ୟ ଜତିନ୍ଦ୍ର ପାତ୍ର,ଫିଜିକାଲ ଏକାଡେମୀ ପ୍ରଶିକ୍ଷକ ସୀମାଞ୍ଚଳ ବାରିକ,ଶତ ବାର୍ଷିକୀ ସମାରୋହ ସମିତି ତଥା ପୁରାତନ ଛାତ୍ର ସଂସଦ ସଭାପତି ନଳିନୀ କାନ୍ତ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ ।ଅନୁଷ୍ଠିତ ଉକ୍ତ ଶତ ବର୍ଷିକୀ ପାଳନ ଉତ୍ସବରେ ଯୋଗ ଦେଇଥିବା ଶ୍ରୀ ଜେନା ଓ ଅନ୍ୟ ଅତିଥି ମାନଙ୍କୁ ପ୍ରଥମେ ସ୍ୱାଗତ ଜଣାଇ ଏକ ବିରାଟ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରରକୁ ପାଛୋଟି ନେଇଥିଲେ ।ଏବଂ ପୂର୍ବରୁ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଛାତ୍ର ଛାତ୍ରୀଙ୍କ ଉଧେଷ୍ୟ ରେ ଲୋକାର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ବୃନ୍ଦ ଓ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ବିଦ୍ୟାଳୟ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ ।ମୁଖ୍ୟ ଅତିଥି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ, ଗୁଣ୍ଠବନ୍ଧ ଗ୍ରାମରେ ଆଜି ଯେଉଁ ଶତ ବାର୍ଷିକୀ ଉତ୍ସବ ପାଳନ କରାଯାଉଛି ତାହା କେବଳ ସେହି ମହାନ ପୁରୁଷ ପାଇଁ ସମ୍ଭବ ହୋଇପାରିଛି, ଯିଏ ଏହାର ପ୍ରତିଷ୍ଠାତା ଅଟନ୍ତି ।ଆଜି ସେ ନଥାଇ ପାରନ୍ତି କିନ୍ତୁ ସେହି ମହାନ ପୁରୁଷଙ୍କ ପାଇଁ ଆଜି ହଜାର ହଜାର ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ସେହି ମହାନ ବ୍ୟକ୍ତିଙ୍କୁ ଆଜି ମୁଁ ଶତ ଶତ ପ୍ରମାଣ ଜଣାଉଛି ବୋଲି ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ ।ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ନାଚ, ଗୀତରେ ଉପସ୍ଥିତ ଦର୍ଶକ ମାନେ ବେଶ ମଜା ଉଠାଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here