ଛତ୍ରପୁର ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ ଶିବିର

0
202

ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବୁଧବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଡଃ ରବିନ୍ଦ୍ର ନାଥ ମଲାଣ ଯୋଗ ଦେଇ ୨୦୨୨-୨୩ ଆର୍ଥିକ ବର୍ଷ ର ସାମାଜିକ ସମୀକ୍ଷା ଅବଧି ୧ ଅପ୍ରେଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ର ସମସ୍ତ ଏମଜିଏନଆରଜିଏସ କାର୍ଯ୍ୟର ସମୀକ୍ଷା କରିବା ସହ ଯେଉଁ ଯେଉଁ ପଂଚାୟତ ଗୁଡିକରେ ସମସ୍ୟା ଦେଖାଦେଇଛି ସେ ଗୁଡିକ ତୁରନ୍ତ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେବା ସହ ସମସ୍ତ କାର୍ଯ୍ୟ ଗୁଡିକ ସଠିକ୍ ଭାବେ କିପରି କାର୍ଯ୍ୟକ୍ଷମ ହେଇପାରିବ ସେଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଏବିଡିଓ ଜୟଶ୍ରୀ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ୍ ସାହୁଙ୍କ ସମେତ ବହୁ ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ମୃତ୍ତିକା ସଂରକ୍ଷଣ, ବନ ବିଭାଗ ଏବଂ କୃଷି ଉଦ୍ୟାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଯଥା ଖେଳ ପଡିଆ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ବୃକ୍ଷ ରୋପଣ ଆଦି ଉନ୍ନୟନ କାର୍ଯ୍ୟର ବ୍ୟୟବରାଦ ଉପରେ ଅଧିକାରୀ ମାନେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ବ୍ଲକର ଭାରପ୍ରାପ୍ତ ଏପିଓ ସୁଶୀଳ କୁମାର ପାତ୍ର, ୨୦୨୨-୨୦୨୩ ଆର୍ଥିକ ବର୍ଷର ବିବରଣୀ ପ୍ରଦାନ କରିବା ସହ ୧୮ ଟି ପଂଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାବଦରେ ୩୪୪.୦୮ ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ମିଳିଥିବା ବେଳେ ଏଥି ନିମନ୍ତେ ୨୧୨ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ୨୦୯ ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ୩ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ସେହିପରି ୩୪୪.୦୮ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟରୁ ଅଣକୁଶଳୀ ବାବଦରେ ୩୩୬.୦୨ ଲକ୍ଷ ଟଙ୍କା ଏବଂ ଅର୍ଦ୍ଧକୁଶଳୀ ବାବଦରେ ୧.୬୨ ଲକ୍ଷ ଟଙ୍କା ଓ ସାମଗ୍ରିକ ବାବଦରେ ୬.୯୬ ଲକ୍ଷ ଟଙ୍କା ବ୍ଲକ ପକ୍ଷରୁ ସୂଚନା ମିଳିଛି । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତର ୨୦୨୨-୨୩ ଆର୍ଥିକ ବର୍ଷରେ ୨୪.୧୭୫ ଟି ଜବ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୧୬, ୧୫୨ ଜବ କାର୍ଡ ଧାରି ମାନେ ସକ୍ରିୟ ରହିଛନ୍ତି । ସେଥି ମଧ୍ୟରୁ ୨୪,୫୯୪ ଶ୍ରମିକ ସକ୍ରିୟ ଭାବେ ରହି କାର୍ଯ୍ୟ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ୪,୧୦.୧୫୯ ଶ୍ରମ ଦିବସ ସୃଷ୍ଠି ହୋଇଛି । ୪୭୭ ଟି ପରିବାର ୧୦୦ ଦିନ କାମ ପାଇଥିବା ସୂଚନା ମିଳିଛି ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here