ଦଖଲ ଘର ଓ ଜମିର ପଟ୍ଟା ଗ୍ରାମବାସୀଙ୍କ ନାମରେ କରିବା ଦାବୀ ନେଇ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ସ୍ମାରକ ପତ୍ର ପ୍ରଦାନ

0
186

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡପୁଟି ଗ୍ରାମରେ ଦଖଲ ଘର ଓ ଜମିର ପଟ୍ଟା ଗ୍ରାମବାସୀଙ୍କ ନାମରେ କରିବା ଦାବୀ ନେଇ ବୁଧବାର ଅଖିଳ ଉତ୍କଳ ଅଗ୍ନିକୂଳ କ୍ଷତ୍ରିୟ ସଂଘ , ବଡପୁଟି ଗ୍ରାମ କୂଳ ସଂଘ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭେଟି ପ୍ରଦାନ କରିଛନ୍ତି ।
ବହୁ ବର୍ଷ ଧରି ଜେଜେ ବାପା, ଅଜା ଅମଳରୁ ବଡପୁଟି ଗ୍ରାମବାସୀ ମାନେ ବାସ କରି ଆସିବା ସହିତ ଉକ୍ତ ମୈାଜା ରେ ଥିବା ଜମି ଗୁଡିକୁ ମଧ୍ୟ ସେମାନେ ଚାଷ କରି ଆସୁଅଛନ୍ତି । ଏହାସହିତ ଉକ୍ତ ଘର ଓ ଜମି ଗୁଡିକୁ ସେମାନଙ୍କ ଜେଜେ ବାପା, ଅଜା ଏବଂ ତାଙ୍କ ପିତାମାନେ ହାଳି ସୂତ୍ରରେ ପଟ୍ଟାଦାରଙ୍କ ଠାରୁ କ୍ରୟ କରି ଦଖଲ କରି ଆସୁଅଛନ୍ତି । ତେଣୁ ଏହାର ତଦନ୍ତ ପୂର୍ବକ ଉକ୍ତ ଦଖଲ ଘରବାରି ଓ ଜମିର ପଟ୍ଟା ବଡପୁଟି ଗ୍ରାମବାସୀଙ୍କ ନାମରେ କରିବା ନିମନ୍ତେ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ କାଳିପଲ୍ଲୀ ସରପଞ୍ଚଙ୍କ ସ୍ୱାମୀ ଯୁବନେତା ବି.ଚନ୍ଦ୍ରମଣି ପାତ୍ର , ବଡପୁଟି କୂଳ ନାଇଡୁ ଏସ .ମାଙ୍ଗଳାୟା, ପି.ଶିବାଜୀ, ଏସ.ମଲିସ ରାଓ, ବି.ଧର୍ମା ରାଓ, କେ.ନାଗାରାଜୁ, ଜି.କ୍ରିଷ୍ଣା ରାଓ, ଡି.ସେକା ରାଓ, ଏସ.ଭାଗିରଥୀ, ବି ରାମାରାଓଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here