ମାରଦା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସି ଉଠିଲା ଲୁଣିଘାଟି ପଡିଆ

0
265

ପୋଲସରା :ଐତିହାସିକ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଦ୍ବିତୀୟ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସି ଉଠିଥିଲା ପୋଲସରାର ଲୁଣିଘାଟି ପଡିଆ। ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୂବନେଶ୍ୱର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ସମାଜସେବୀ ତଥା ମନ୍ତ୍ରୀଙ୍କ ପିତା ଗଙ୍ଗାଧର ସାହୁ ରିବନ କାଟିବା ପରେ ଅତିଥି ବୃନ୍ଦ ମଞ୍ଚକୁ ପ୍ରବେଶ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗଞ୍ଜାମ ମାଟି କଳା ଓ ସଂସ୍କୃତିର ମାଟି ହୋଇଥିବ ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ଆବଶ୍ୟକ ଯାହାକି ମହୋତ୍ସବ ଜରିଆରେ ପ୍ରୟାସ କରାଯାଇଛି। ସେଥିପାଇଁ ଶ୍ରୀ ପାଟ୍ଟଶାଣୀ ଖୁସି ବ୍ଯକ୍ତ କରିଥିଲେ। ଆସିକା ସାଂସଦ ପ୍ରମିଳା ବିଷୋୟୀ “ମନ୍ତ୍ରୀ ମୋର ହେଉଛି କର୍ମଠ ପୁଅ, ତାକୁ ପାଇଁ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରିଛୁ, ମହୋତ୍ସବ ପାଇଁ ମୁଁ ଧନ୍ୟବାଦ ଜଣାଉଛି” କହିଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପଚନ୍ଦ୍ର ପ୍ରଧାନ, ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ, ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ, ଡାକ୍ତର ଲଳିତ ମୋହନ ରଥ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ବରଞ୍ଜନ ମହାପାତ୍ର, ମନ୍ତ୍ରୀଙ୍କ ସହଧର୍ମୀଣୀ ଗୋଲାପ ସାହୁ, ଲେଖକ ମହେଶ୍ବର ବରାଡ, ଗାୟିକା ରୋଜାଲିନ୍ ସେନାପତି, ମଥୁରା ମହନ୍ତ ସୁନ୍ଦର ରାମ ଦାସ ଯୋଗଦେଇଥିଲେ। ପୋଲସରା ହେଉଛି ଜଗନ୍ନାଥଙ୍କ ସଂସ୍କୃତି ସ୍ଥଳ। ମନ୍ତ୍ରୀ ଉତ୍ତମ ଉଦ୍ୟମ କରି ମଥୁରାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଐତିହ୍ୟ ଓ ପରମ୍ପରା ମହୋତ୍ସବ ଜରିଆରେ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇ ଥିବାରୁ ମନ୍ତ୍ରୀ ପ୍ରଶଂସାର ପାତ୍ର ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ। ମାରଦା ମହୋତ୍ସବର ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ସହିତ ଏହାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ ଦିଗରେ ଉଦ୍ୟମ କରାଯିବ ବୋଲି କହିବା ସହିତ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ ଶ୍ରୀସାହୁ। ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଏନଏସି ଅଧ୍ଯକ୍ଷା ସଙ୍ଗୀତା ବେହେରା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ ଓ ବିକ୍ରମ ନାୟକ, ସାଂସଦ ପ୍ରତିନିଧି ସୁକାନ୍ତ ଭୂୟାଁ, ଆରତୀ ଦେବୀ, ଶରତଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ନାରୀନେତ୍ରୀ ସଞ୍ଜୁକ୍ତା ବାଡତ୍ଯା ଓ କନକ ରାଉତ, କଳିଙ୍ଗ ଟିଭି “ଦେଖ ଖବର ରଖି ନଜର” ର ସତ୍ୟବାଦି ପାଣିଗ୍ରାହୀ ପ୍ରମୁଖ ଏହି ମହୋତ୍ସବରେ ଯୋଗଦେଇଥିଲେ। ପୋଲସରା ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ହାସଲ କରିଥିବା ୨୩ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶରଣ ଶ୍ରୀକ୍ଷେତ୍ର ଭଜନ କ୍ଯାସେଟ୍ ଉନ୍ମୋଚିତ ହୋଇଥିଲା।ରାଜ୍ୟର ବିଭିନ୍ନ ଲୋକନୃତ୍ୟ, ସିନେତାରକା, ହାସ୍ୟ ଅଭିନେତା ଓ ସ୍ଥାନୀୟ କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଶେଷ କରି ହ୍ଯୁମାନ ସାଗରଙ୍କ ସଙ୍ଗୀତ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ବଳରାମ ପୋଲାଇ, ସୁଶାନ୍ତ ବେହେରା, ସୁପ୍ରଜିତ ସାହୁ ଓ ସୁଭମ ଟେଲିଭିଜନ ଅତି ସୁନ୍ଦର ଭାବେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।ପୋଲସରା ପୋଲିସ ଆଇଆଇସି ଶ୍ରୀ ମଲ୍ଲିକଙ୍କ ଉତ୍ତମ ସୁରକ୍ଷା ଦ୍ବାରା ଦର୍ଶକ ଶାନ୍ତିପୂର୍ଣ୍ଣ ଭାବେ ମହୋତ୍ସବ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ପବିତ୍ର ନାୟକ, ପୀତବାସ ପ୍ରଧାନ, ରଞ୍ଜନ କୁମାର ସାହୁ, ସନ୍ତୋଷ
କୁମାର ବେହେରା, ଅଭିଷେକ ଡାକୁଆ, ଏନ.ଏଙ୍କେଡା ରାଓ ପାତ୍ର, ସୂର୍ଯ୍ୟ ନାରାୟଣ ସାହୁ, ରାଜେନ୍ଦ୍ର କୁମାର ସାହୁ, ଆଦିତ୍ୟ ପଟ୍ଟନାୟକ ସମେତ କମିଟିର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here