ବ୍ରହ୍ମପୁର ବିଧାୟକଙ୍କ କର କମଳରେ ଲୋକାର୍ପିତ ହେଲା ଆଧ୍ୟାତ୍ମିକ ପୁସ୍ତକ “ଶ୍ରୀରାମ ରସାମ୍ବୃତ”

0
184

ଵ୍ରହ୍ମପୁର: ଶ୍ରୀରାମ ରସାମ୍ବୃତ ପୁସ୍ତକର ଉନ୍ମଚନ କାର୍ଯ୍ୟକ୍ରମ ଶନିବାର ସଂଧ୍ୟାରେ ବିଜିପୁର ମୁଖ୍ୟ ରାସ୍ତା ସ୍ଥିତ ସନ୍ତସି ମା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ
ଅନୁଷ୍ଠିତ ହୋଇଯାଇଛି l ଜ୍ୟୋତିରବିଦ୍ ରଙ୍କନିଧି ସାହୁ ଙ୍କ ଦ୍ୱାରା ଲିଖିତ ଧାର୍ମିକ, ଆଧ୍ୟାତ୍ମିକ ପୁସ୍ତକ ଶ୍ରୀରାମ ରସାମ୍ବୃତ ପୁସ୍ତକର ଉନ୍ମଚନ ହୋଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା,ଦୌନିକ ଖବର କାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଡ ଜଗନ୍ ମୋହନ ମହାପାତ୍ର,ସ୍ଥାନୀୟ କର୍ପୋରେଟର ନରସିଂହ ସେଠୀ ପ୍ରମୁଖ ଯୋଗଦେଇ ଶ୍ରୀରାମ ରସାମ୍ବୃତ ପୁସ୍ତକର ଉନ୍ମଚନ କରିଥିଲେ l ପୁସ୍ତକରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ “ରାମ” ନାମର ମହତ୍ତ୍ଵକୁ ପ୍ରତିବାଦନ କରାଯାଇଛି l କର୍ମ ଜ୍ଞାନ, ଭକ୍ତି ଯୋଗ, କୁଣ୍ଡଳିନି ଯୋଗର ବିଶିଷ୍ଟ ମହତ୍ତ୍ଵକୁ ପ୍ରତିବାଦନ ସହ ଭଗବାନ ରାମଚନ୍ଦ୍ର ଙ୍କ ପୁଜା ଉପାସନା,ବିଧିକୁ ପୁସ୍ତକରେ ଆଲୋକପାତ କରାଯାଇଛି l ପ୍ରତ୍ୟେକ ମନୁଷ୍ୟର ଆଧ୍ୟାତ୍ମିକ କଲ୍ୟାଣ ସାଧନ ନିମନ୍ତେ ଏହିପରି ଅନୁପମ ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଛନ୍ତି,ଜିଲ୍ଲା ନ୍ୟାୟଳୟର ଅବସରପ୍ରାପ୍ତ କର୍ମଚାରୀ ସମାଜସେବୀ,ଜ୍ୟୋତିରବିଦ୍ ତଥା ପୁସ୍ତକର ଲେଖକ ରଙ୍କନୀଧି ସାହୁ l ପୁସ୍ତକରେ ପ୍ରଭୁ ଶ୍ରୀରାମଙ୍କ ବାଖ୍ୟା ଖୁବ ସୁନ୍ଦର ଭାବେ କରିଛନ୍ତି ତେଣୁ ପୁସ୍ତକର ସଫଳତା ନିମନ୍ତେ ବିଧାୟକ ପଣ୍ଡା ଶୁଭେଛା ଜଣାଇଥିଲେ l ବିଦ୍ୟା ଅର୍ଜନ ଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁସ୍ତକର ସ୍ଥାନ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା l ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ଚାହିଦା ବଜାୟ ରହିଛି ଯୁବ ପୀଢ଼ି ପୁସ୍ତକ ପଢନ୍ତୁ ଏବଂ ସମାଜ ଗଠନରେ ପୁସ୍ତକର ଚାହିଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଡ ଜଗନ ମୋହନ ମହାପାତ୍ର l ପୁସ୍ତକର ପ୍ରାରମ୍ଭିକ ସୂଚନା ଦେଇଥିଲେ ରଙ୍କ ନିଧି ସାହୁ ଙ୍କ ସୁପୁତ୍ର ସାମ୍ୱାଦିକ ନିର୍ମଳ ପ୍ରସାଦ ସାହୁ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା ପୁଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ,ବରିଷ୍ଟ ନାଗରିକ ୱାଈ.ଏସ,ଶିବା ରାଓ, ନିଳକଣ୍ଠ ସାହୁ, ନିରଞ୍ଜନ ସାହୁ,ସାମାଜ ସେବୀ ସଞ୍ଜୟ ମାଝୀ ଉପସ୍ଥିତ ରହିଥିଲେ l ମଞ୍ଚ ପରିଚାଳନା କରିଥିଲେ ବରିଷ୍ଟ ସାମ୍ବାଦିକ ସୁଦିପ ସାହୁ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ସାମ୍ବାଦିକା ରଶ୍ମିତା କୁମାରୀ ସାମଲ l

LEAVE A REPLY

Please enter your comment!
Please enter your name here