ଛତ୍ରପୁର ବିଧାୟକ ମାଙ୍କ ପୀଠରେ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି

0
203

ଛତ୍ରପୁର: ଗଞ୍ଜାମବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ନିକଟରେ ବିଜେ ପ୍ରସିଦ୍ଧଐତିହ୍ୟ ପୀଠ ମାରାମଚଣ୍ଡୀ ଙ୍କ ପୀଠରେ ଆଜିଠାରୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି l ଆଜି ବିଧାୟକ ସୁବାସ ଚନ୍ଦ୍ର ବେହେରା ସନ୍ଧ୍ୟାରେ ପହଞ୍ଚି କାର୍ଯ୍ୟକ୍ରମ ସମ୍ପର୍କ ରେ କମିଟି ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିବା ବେଳେ ଅଗ୍ନିଶମ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି l ମନ୍ଦିର ପ୍ରତିଷ୍ଠା ପାଇଁ ଆବଶ୍ୟକ ପାଣି ଟାଙ୍କି ଓ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ନେଇ ଜଣାଇଛନ୍ତି l ଏପରି କି ଫାଇର ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି l ଅନ୍ୟ ପକ୍ଷରେ ଗଞ୍ଜାମ ଏସ ପି ଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଏସ ଡ଼ି ପି ଓ ଗୌତମ କିଷାନ ମା ଙ୍କ ପୀଠରେ ପହଞ୍ଚି ପୁଲିସ ଅଧିକାରୀ ଓ ସଶତ୍ର ପୁଲିସ ମୁତୟନ କେଉଁଠି କେଉଁଠି କରାଯିବ ଓ ଟ୍ରାଫିକ ବ୍ୟବସ୍ଥା କିପରି ରହିବ ପରିସ୍ଥିତି ଅନୁଧ୍ୟାନ କରିବା ସହ ଆଇ ଆଇ ସି ସନ୍ତୋଷ ବେହେରା ଙ୍କ ସହିତ ଆଲୋଚନା କରିଛନ୍ତି l ଆଜି ମା ଙ୍କ ର ପାର୍ଶ୍ଵ ଦେବତା, ଶିଳା, ଓ ପୀଠ ଦେବୀ ମୂର୍ତ୍ତି ମୟୁରଭଞ୍ଜ କିଚିଙ୍ଗ ରୁ ଆସି ମନ୍ଦିର ନିକଟରେ ପହଞ୍ଚିଛି l ଘଣ୍ଟ ମୁର୍ଦୁଙ୍ଗ ବଜାଇ ମୂର୍ତ୍ତିଗୁଡିକୁ ସ୍ୱାଗତ କରାଯାଇଛି l ଆସନ୍ତା କାଲି କଳସ ଜଳ ଯାତ୍ରା ଏବଂ 48ପ୍ରହର ନାମଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ 50ରୁ ଉର୍ଦ୍ଧ ପଣ୍ଡିତ ପହଞ୍ଚିଛ l ନାମମଣ୍ଡପ ପୂଜା ପାଇଁ ମହନ୍ତ ପହଞ୍ଚିଛ l ମନ୍ଦିର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here