ଅକ୍ସଫୋର୍ଡ୍ ପବ୍ଲିକ ସ୍କୁଲରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ

0
428

ବ୍ରହ୍ମପୁର:ସ୍ଥାନୀୟ l ଲାଞ୍ଜିପଳି ଜାତୀୟ ରାଜପଥ ସ୍ଥିତ ଅକ୍ସଫାର୍ଡ ପବ୍ଲିକ ସ୍କୁଲରେ ମହା ଆଡମ୍ବର ୭୪ ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ ହୋଇ ଯାଇଛି ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲା aditional P P *ବିକ୍ରମ କୁମାର କୁଣ୍ଡୁ* ପତାକା ଉତ୍ତୋଳନ କରି ସାଧାରଣ ତନ୍ତ୍ର ଦିବସ ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ନିର୍ଦେଶକ *ଇଂ ଅଶୋକ କୁମାର ପାଳ* ଅତିଥି ପରିଚୟ ପୂର୍ବକ ଉଦେଶ୍ୟ ଜ୍ଞାପନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଧିବକ୍ତା ହୃଷୀକେଶ ପ୍ରଧାନ, ପ୍ରଧ୍ୟାପିକା ଡ.ମିଲି ମିତା ପାଢ଼ୀ,ଓ ଡ.ସନ୍ଧ୍ୟା ରାଣୀ ପଟ୍ଟନାୟକ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ୟାରେଡ୍ ସହ ପିରାମିଡ୍,ବ୍ୟାୟାମ ଯୋଗ, ସୂର୍ଯ୍ୟ ନମସ୍କାର, ଯୋଗାସନ, ସେଲ୍ଫ ଡିଫେନ୍ସ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅତି ଉଚ୍ଚ କୋଟୀର ପ୍ରଦର୍ଶନ କରି ଉପସ୍ଥିତ ଶତାଧିକ ଦର୍ଶକ ଙ୍କ ମନ କୁ ଆକର୍ଷିତ କରିଥିଲେ । କାର୍ଯକ୍ରମ ଅନ୍ତେ ମା ବିଦ୍ୟା ଦାୟିନୀ ସରସ୍ଵତୀ ପୂଜା ବି ମହା ଆଡମ୍ବର ରେ ପାଳିତ ହୋଇ ଥିଲା ।ଉଭୟ କାର୍ଯ୍ୟ କ୍ରମ କୁ ରବି ସାହୁକାର, ରମାକାନ୍ତ ରଥଙ୍କ ତତ୍ତ୍ଵାବଧାନରେ ପ୍ରଶାନ୍ତ ମଥାନ,ସରୋଜ ଆଚାର୍ଯ୍ୟ,ରଶ୍ମି ରଂଜନ ସାହୁ,ସମେତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଚିନ୍ମୟ , ପ୍ରଶାନ୍ତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here