ଆମ୍ବଗଡ ସେବା ସମବାୟ ସମିତିରେ ଧାନ ମଣ୍ଡି ଶୁଭାରମ୍ଭ

0
209

କୁକୁଡ଼ାଖଣ୍ଡି :କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଆମ୍ବଗଡ଼ ସେବା ସମବାୟ ସମିତିରେ ଧାନମଣ୍ଡି ଆଜି ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମବାୟ ସମିତିର ସଭାପତି କାହ୍ନୁଚରଣ ପାତ୍ର ଯୋଗଦେଇ ଏହାର ଶୁଭଉଦଘାଟନ କରିଥିଲେ । ସଂପାଦକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଜି ଠାରୁ ଚାଷୀ ମାନଙ୍କ ଠାରୁ ଏହି ମଣ୍ଡିରେ ଧାନକ୍ରୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୬ଶହ କୁଇଟାଂଲ ଧାନକ୍ରୟ ପାଇଁ ଆମ୍ବଗଡ଼ ସେବାସମବାୟ ସମିତିର ଲକ୍ଷ୍ୟ ରହିଥିବା ବେଳେ ଆଜି ପ୍ରଥମ ଦିନରେ ୭୫ କୁଇଟାଂଲ ଧାନ କ୍ରୟ ସଂଗ୍ରହ କରାଯାଇଥିଲା । ଏହି ସେବା ସମିତିରେ ୧୭୦ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ଜଣାପଡ଼ିଛି । ଆସନ୍ତା ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏହି ଧାନ ସଂଗୃହିତ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହି ଅବସରରେ ଉପସଭାନେତ୍ରୀ ସରସ୍ପତୀ ରାଉତ, ଡ଼ାଟଏଟ୍ରିଂ ଅପରେଟର ପୃଥ୍ୱୀରାଜ ପାଇକ, ଯୁଧିଷ୍ଠିର ବେହେରା, ସବିତା ଜେନା, ମାମୀ ପଣ୍ଡା, ମୁରଲୀ ମହାଙ୍କୁଡ଼, ସଦାନନ୍ଦ ଷଣ୍ଡ, ଶାନ୍ତିଲତା ଦଳେଇ, ସୁନିଲ ମହାଙ୍କୁଡ଼, ମାଗୁଣି ଦାଶ, ଶ୍ରୀକାନ୍ତ ମହାନ୍ତି, ଅନନ୍ତ ସାହୁ , ଲକିନ୍ଦ୍ର ପାତ୍ର, ଲୋକନାଥ ପାତ୍ରଙ୍କ ସମେତ ବହୁ ମିଲ୍ ମାଲିକ ଓ ବହୁ ଚାଷୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here