ଯୋଜନା ଓ ସଂଯୋଜନ ବିଭାଗ ଦ୍ଵାରା ଦୁଇ ଦିନିଆ ବିଚାର ବିମର୍ଶ କର୍ମଶାଳା

0
224

ଛତ୍ରପୁର :ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ,ଗଞ୍ଜାମ,ଛତ୍ରପୁର ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ଭି. କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଯୋଜନା ଓ ସଂଯୋଜନ ବିଭାଗ ଦ୍ଵାରା ଦୁଇ ଦିନିଆ ବିଚାର ବିମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ଭି. କୀର୍ତ୍ତିବାସନ ପ୍ରଦୀପ ପ୍ରଜ୍ଵଳନ କରି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉନ୍ନୟନ ଆୟୁକ୍ତ, ପ୍ରଦୀପ କୁମାର ଜେନାଙ୍କ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । ଓଡିଶାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀ ଓ ଏହାର ସଫଳ ରୁପାୟନ ନିମନ୍ତେ ACTION AID ଉପ-ନିର୍ଦ୍ଦେଶକ ଅଶୋକ ଦାସ, CAPACITY BUILDING EXPERT ସରୋଜ କୁମାର ଦାସ, ଯୋଜନା ଓ ସମନ୍ଵୟ ବିଭାଗର ସହକାରୀ ନିର୍ଦ୍ଦେଶିକା ଅଳକା ଜେନା ପ୍ରଶିକ୍ଷଣ ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଧାରଣୀୟ ବିକାଶର ଆବଶ୍ୟକତା ପରିଲକ୍ଷିତ ହେଉଛି । ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ଜଙ୍ଗଲ ବିଭାଗ, ଜଳ ସମ୍ପଦ ବିଭାଗ,ପଞ୍ଚାୟତ ରାଜ ବିଭାଗ ଓ ଅନ୍ୟାନ୍ୟ ବିଭାଗ ଏଥିରେ ସାମିଲ ହୋଇ ଏହାର ପ୍ରଚାର ଓ ପ୍ରସାର ଦିଗରେ ଦ୍ରୁଷ୍ଟି ଦେଲେ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ବର୍ତ୍ତମାନ ଆମ ମାନଙ୍କର ଜୀବନ ଧାରଣ ମାନରେ ଅଧିକ ଉନ୍ନତି ପରିଲକ୍ଷିତ ହୋଇଛି । ସବୁ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବିକାଶ ପଥରେ ଆଗେଇ ଚାଲିଛି ।ନିରନ୍ତର ବିକାଶ ପ୍ରକ୍ରିୟା ଜାରି ରହିଲେ ଦେଶର ବିକାଶ ହେବ । ଏଥିରୁ ଯେପରି କେହି ବି ବାଦ ନ ପଡନ୍ତି ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ହେବ । ବିକାଶର ଫଳ ଯେପରି ସମସ୍ତେ ପାଇବେ ସେଥିପ୍ରତି ଲକ୍ଷ୍ୟ ରଖି କାର୍ଯ୍ୟପନ୍ଥା ସ୍ଥିର କରିବାକୁ ହେବ । ଶିକ୍ଷା,ସ୍ୱାସ୍ଥ୍ୟ ଓ ଜୀବନ ଶୈଳୀର ବିକାଶ ଧାରାକୁ ଆଗେଇନେବାକୁ ହେବ । କୌଣସି ଜଣେ ବି ବ୍ୟକ୍ତିଙ୍କୁ ପଛରେ ରହିବାକୁ ଛଡାଯିବ ନାହିଁ କିମ୍ବା କୌଣସି ଗ୍ରାମ କୁ ମଧ୍ୟ ପଛରେ ରହିବାକୁ ଛଡାଯିବ ନାହିଁ । ଏହି କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ଧାରଣୀୟ ବିକାଶର ଗୁରୁତ୍ଵ ଏବଂ ଧାରଣୀୟ ବିକାଶର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ସ୍ତରରେ କି କି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ସେଥିପ୍ରତି ଦ୍ରୁଷ୍ଟି ଆକର୍ଷଣ କରିଥିଲେ ଶ୍ରୀମତୀ ଅଳକା ଜେନା, ଯୋଜନା ଓ ସମନ୍ଵୟ ବିଭାଗର ସହକାରୀ ନିର୍ଦ୍ଦେଶକ । ଧାରଣୀୟ ବିକାଶ ଦ୍ଵାରା ଜିଲ୍ଲା ସ୍ତରୀୟ ବିକାଶ କିପରି ହୋଇପାରିବ ସେହି ପରିପ୍ରେକ୍ଷୀ ରେ ଏକ ସୁବିସ୍ତୃତ ଆଲୋଚନା ହୋଇଥିଲା । ଧାରଣୀୟ ବିକାଶର ରୂପାୟନ ନିମନ୍ତେ ଉପଲବ୍ଧ ରଣନୀତି ପ୍ରୟୋଗ କିପରି କରାଯାଇପାରିବ ଏବଂ ଏହାକୁ ଆଗେଇ ନିଆଯାଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା ।
ଏହି ତାଲିମ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସରପଞ୍ଚ , ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ, ଆଇନ ସ୍ବେଛାସେବୀ ସଂଗଠନର ପ୍ରଣତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here