ରଘୁନାଥପୁର ନାମଯଜ୍ଞରେ ଯୋଗ ଦେଲେ ବ୍ଲକ ଉପାଧ୍ୟକ୍ଷା

0
303

କୁକୁଡାଖଣ୍ଡି:କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କୁକୁଡ଼ାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ କାର୍ତିକ ମାସ ଉପଲକ୍ଷେ ସଂକୀର୍ତ୍ତନ ନାମଯଜ୍ଞ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ଏହି ସଂକୀର୍ତ୍ତନ ନାମଯଜ୍ଞ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଵିଷ୍ଣୁ ପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା,ଗୌରୀ ଶଙ୍କର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଅତିଥିମାନେ ଗ୍ରାମରେ ପହଞ୍ଚିବା ପାରେ ଉପସ୍ଥିତ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଏବଂ ପରେ ନାମ ସଂକୀର୍ତ୍ତନ ସ୍ଥଳକୁ ପାଛୋଟି ନେଇଥିଲେ ।ଗ୍ରାମର ରାଧା କୃଷ୍ଣ ମନ୍ଦିର ପରିସରରେ ପହଞ୍ଚି ଠାକୁର ଙ୍କ ଦର୍ଶନ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟ ଆଲୋଚନା କରିଥିଲେ ।ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଖପାଖ ଅଞ୍ଚଳର ବହୁ ଭକ୍ତବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here