କୀଟ ନାଶକ ଔଷଧ ବ୍ୟବହାର ସମ୍ପର୍କରେ ତାଲିମ

0
298

ବୁଗୁଡା: ଫସଲ ପାଇଁ ବ୍ୟବହୃତ କୀଟ ନାଶକ ଔଷଧ ସମୟେ ସମୟେ ମାନବ ଓ ପ୍ରାଣୀ ସମାଜର ଜୀବନ ନାଶକର କାରଣ ହେଉଥାଏ। ସେହି କାରଣରୁ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୁଗୁଡା ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମିଳନୀ କକ୍ଷରେ “ଜୀବ ନାଶକର ସଠିକ ଓ ନିରାପଦ ବ୍ୟବହାର” ସମ୍ପର୍କରେ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ ଶିବିରରେ ଭଞ୍ଜନଗର କୃଷି ଜିଲ୍ଳା ଅଧିକାରୀ ଶଶୀଭୂଷଣ ସେନାପତି, ଭଞ୍ଜନଗର କିଟତତ୍ତ୍ୱ ବିଭାଗ ବିଶେଷଜ୍ଞ ପ୍ରଶାନ୍ତ କୁମାର ପଣ୍ଡା, ଓ ବୁଗୁଡା ସହକାରୀ କୃଷି ଅଧିକାରୀ ସ୍ୱାଗତିକା ପତି ତାଲିମଦାତା ଭାବେ ଯୋଗଦେଇଥିଲେ। ଏହି ଅଧିକାରୀ ବୃନ୍ଦ ବିଭିନ୍ନ ପଞ୍ଚାୟତରୁ ଆସିଥିବା କୃଷକମାନଙ୍କୁ ବିଭିନ୍ନ କୀଟନାଶକ ଔଷଧର ସଠିକ ଓ ନିରାପଦ ବ୍ୟବହାର ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଧାନ ଫସଲରେ ଦେଖାଯାଉଥିବା ମାଟିଆ ଗୁଣ୍ଡି ପୋକ ଓ ପତ୍ର ମୋଡ ପୋକର ସମନ୍ବିତ ପରିଚାଳନା ବିଷୟ ନେଉ ବିଶେଷଜ୍ଞ ବୃନ୍ଦ କୃଷକମାନଙ୍କୁ ପ୍ରାଞ୍ଜଳଭାବେ ବୁଝାଇଥିଲେ। ଗ୍ରାମ୍ୟ କୃଷି କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here