ଦିଗପହଣ୍ଡି ନୂତନ ବସ୍ ଷ୍ଟାଣ୍ଡ ପରିସର ମଧ୍ୟରେ ସୌନ୍ଦର୍ଯ୍ୟୀକରଣର ଉଦଘାଟନ, ସିଟି ସର୍ଭେଲାନ୍ସ ସିଷ୍ଟମ ଏବଂ ପୋଷାକ ର ଦ୍ବିତୀୟ ଜୀବନ କାର୍ଯ୍ୟକ୍ରମର ଶୁଭାରମ୍ଭ

0
216

ଛତ୍ରପୁର: ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥିବା ନୂତନ ବସ୍ ଷ୍ଟାଣ୍ଡର ମଧ୍ୟଭାଗରେ ଖୋଲା ସ୍ଥାନର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବୁଧବାର ଶୁପଭ ଉଦ୍ଘାଟନ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂତନ ବସ୍ ଷ୍ଟାଣ୍ଡ ପରିସରରେ ରହି ଥିବା ଖୋଲା ଅଞ୍ଚଲର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହିତ ପୋଷାକର ଦ୍ବିତୀୟ ଜୀବନ ଏବଂ ସିଟି ସର୍ଭେଲାନ୍ସ ସିଷ୍ଟମର ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦ ଦ୍ବାରା ୧୨.୯୮ଲକ୍ଷ ଟଙ୍କା ଅନୁଦାନରେ ଦିଗପହଣ୍ଡି ନୂତନ ବସ୍ ଷ୍ଟାଣ୍ଡ ମଧ୍ୟ ଭାଗରେ ଖାଲି ରହିଥିବା ଖୋଲା ଅଞ୍ଚଳରେ ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରି ସୌନ୍ଦର୍ଯ୍ୟୀକରଣ କରାଯିବା ସହ ବସ୍ ଷ୍ଟାଣ୍ଡ ର ଅନ୍ୟ ପାର୍ଶ୍ବରେ ଯୋଡିଶଙ୍ଖ ଏବଂ ରଣପା ନୃତ୍ୟ ପ୍ରତିମୂର୍ତ୍ତି ଗୁଡିକୁ ଉଦ୍ଘାଟନ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଦିଗପହଣ୍ଡି ପୁଞ୍ଜିଗାଁ ଛକ ଠାରେ ଏଥି ପୂର୍ବରୁ ତିନି ଗୋଟି ଖୋଲା ଅଞ୍ଚଳ ପରିସରର ସୌନ୍ଦର୍ଯ୍ୟୀକରଣ କରାଯାଇ ଥିଲା ଓ ଏହାକୁ ଗଞ୍ଜାମ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । ନବନିର୍ମିତ ବସ୍ ଷ୍ଟାଣ୍ଡ ଟିର ସନ୍ଥ ଅରକ୍ଷିତ ଦାସଙ୍କ ନାମରେ ନାମିତ କରାଯାଇଥିଲା । ସନ୍ଥ ଅରକ୍ଷିତ ଦାସ ବଡଖେମୁଣ୍ଡି ରାଜ ପରିବାରର ଗଙ୍ଗବଂଶୀ ବ୍ୟକ୍ତି ଅଟନ୍ତି । ଦିଗପହଣ୍ଡି ସହରର ମଧ୍ୟ ଭାଗରେ ରହିଥିବା ଏହି ବସ୍ ଷ୍ଟାଣ୍ଡଟି ସହରର ପରିବେଶକୁ ସୌନ୍ଦର୍ଯ୍ୟୀକରଣ କରିବା ସହିତ ଲୋକଙ୍କ ଜୀବନ ଜୀବୀକା ମାନବୃଦ୍ଧି ଦିଗରେ ସହାୟକ ହୋଇ ପାରିବ । ସହରରେ ଆଲୋକୀ କରଣ ସବୁଜମୟ ହେବା ଫଳରେ ଏହା ଦକ୍ଷିଣ ଓଡିଶାର ଏକ ଉନ୍ନତ ସହର ଭାବରେ ପରିଚିତ ହୋଇ ପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।
ଦ୍ବିତୀୟତଃ ୫.୯୨ ଲକ୍ଷ ଟଙ୍କା ବିନିମୟରେ ଗରୀବ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ନବ ନିର୍ମିତ ପୋଷାକ ଗୃହର ଉଦ୍ଘାଟନ ହୋଇଥିଲା । ଏହି ପୋଷାକ ଗୃହଟି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପରିଚାଳିତ ହୋଇ ସେମାନଙ୍କ ଜୀବନ ଜୀବୀକାର ମାଧ୍ୟମ ରବପେ ପରିଗଣିତ ହେବା ସହ ଗରୀବ ଲେକଙ୍କ ପୋଷାକ ଆବଶ୍ୟକତାକୁ ମେଣ୍ଟାଇ ପାରିବ । ଏଠାରେ ପ୍ରକାଶ ଥାଉକି ଲୋକଙ୍କ ଘରେ ଜମା ରହୁଥିବା ପୁରୁଣା ପୋଷାକ କିମ୍ବା ସେମାନେ ପରିଧାନ କରୁନଥିବା ପୋଷାକ ଗୁଡିକ ଏହି ପୋଷାକ କେନ୍ଦ୍ରରେ ଦାନ କଲେ ପୋଷାକ ଗୁଡିକୁ ଦ୍ବିତୀୟ ଜୀବନ ପ୍ରଦାନ କରି ଗରୀବ ଲୋକଙ୍କୁ ଆବଣ୍ଟନ କରାଯିବ ।
ଜିଲ୍ଲାପାଳ ଶ୍ରୀ ପରିଡାଙ୍କ କରକମଳରେ ଦିଗପହଣ୍ଡି ନୂତନ ବସ୍ ଷ୍ଟାଣ୍ଡ ପରିସରରେ ୨୪.୮୭ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ସିଟି ସର୍ଭେଲାନ୍ସ ସିଷ୍ଟମର ଉଦ୍ଘାଟନ ହୋଇଥିଲା । ଏହି ପ୍ରକଳ୍ପଟି ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ କରାଯାଇ ୧୩ ତାରିଖରେ ସମାପନ ହୋଇଥିଲା । ଏହି ସର୍ଭେଲାନ୍ସ ସିଷ୍ଟମ କୁ ଦିଗପହଣ୍ଡି ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ସର୍ଭେଲାନ୍ସ ସିଷ୍ଟମ ଦ୍ବାରା ସହରଲୋକମାନଙ୍କର ସୁରକ୍ଷା ଓ ନିରପତ୍ତା ଦିଗରେ ବିନିଯୋଗ ହୋଇ ଅପରାଧକୁ ରୋକାଯାଇ ପାରିବ । ସର୍ଭେଲାନ୍ସ ସିଷ୍ଟମରେ ଖଞ୍ଜା ଯାଇଥିବା ସିସି ଟିଭି କ୍ୟାମେରା ଦ୍ବାରା ପୋଲିସ୍ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ତଦାରଖ କରି ସହର ମଧ୍ୟରେ ରହିଥିବା ସମସ୍ତ ଅଞ୍ଚଳକୁ ତଦାରଖ କରିପାରିବେ ।

ଏହି ପ୍ରକଳ୍ପ ଗୁଡିକର ଉଦ୍ଘାଟନ ଉତ୍ସବରେ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ସ୍ବୟଂ ସହାୟକ ଗୋଷ୍ଠୀ, ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପରିଷଦର ସଭ୍ୟ/ସଭ୍ୟା, ସାଂସଦଙ୍କ ପ୍ରତିନିଧି, ବରିଷ୍ଠ ନାଗରିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here