ବଦକୋଦଣ୍ଡା କ୍ଳଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରସ୍ଫୁଟିତ କରୁଛି ‘ ସୁରଭି ‘

0
231

ଭଞ୍ଜନଗର:ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ”ସୁରଭି “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ କ୍ଲଷ୍ଟରର ୪ ଟି ଉଚ୍ଚ ବିଦ୍ୟାଳୟ ସମେତ ୧୧ଟି ବିଦ୍ୟାଳୟରୁ ପ୍ରତ୍ୟେକ ବିଭାଗରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଏଥିରେ ଚିତ୍ରାଙ୍କନ, ବତ୍କୃତl, ସଂଗୀତ, ଶ୍ରୁତ ଲିଖନ, ଗଳ୍ପ, ଦଳଗତ ନୃତ୍ୟ, ସୁନ୍ଦର ହସ୍ତାକ୍ଷର, ଇଲୋକେସନ, ସାଧାରଣ ଜ୍ଞାନ ପ୍ରଭୃତି ବିଭାଗରେ ଅଂଶ ଗ୍ରହଣ କରିଥିଲେ। ଏହାର ଉଦଯାପନୀ ଉତ୍ସବରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧକ୍ଷ ଡ଼. ଜୟରାମ ସେନାପତି, ସମ୍ନାନୀତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ବିଶ୍ୱମ୍ବର ଜେନା, ରବିନ୍ଦ୍ର ପାତ୍ର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ, ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଓ ସିଆରସିସି ମୋହନ ସାହୁ ଯୋଗଦେଇ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l ପିଲାଙ୍କ ଅନ୍ତର୍ନିହିତ ଲୁକାୟିତ ପ୍ରତିଭାକୁ ବିକଶିତ କରିବାରେ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ଅତିଥି ମାନେ କହିଥିଲେl କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଆରସିସି ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀ ମୋନାଲିସା ସାବତ ନୃତ୍ୟ ମାଧ୍ୟମରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଚାରକ ଭାବେ ରହି କାର୍ଯ୍ୟ ସମ୍ପାଦନ କରିଥିଲେ l ଏଥିରେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ରାଜଶ୍ରୀ ପଟ୍ଟନାୟକ, ନିଲାଞ୍ଚଲ ପ୍ରଧାନ, ଅନିମା ମିଶ୍ର,ପୁଷ୍ପାଞ୍ଜଳି ସାବତ,ରାଜଲକ୍ଷ୍ମୀ ସାହୁ,ସୁଜାତା ଦାସ, ସାଜନ୍ ସ୍ୱାଇଁ,ପୂର୍ଣ୍ଣଚନ୍ଦ୍ର ସାହୁ,ସୁନିଲ କାନ୍ତ ପଟ୍ଟନାୟକ,ଦ୍ଵିତିକୃଷ୍ଣ ଲେଙ୍କା ଓ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here