ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ

0
245

ଭଞ୍ଜନଗର : ଭଞ୍ଜନଗର ବ୍ଳକ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି ା କାର୍ଯ୍ୟକ୍ରମ ସହ ବ୍ଳକର ସମସ୍ତ ବିଦ୍ୟାଳୟଗୁଡିକରୁ ସର୍ବମୋଟ ୧୨ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ 19 ଜଣ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଚକ୍ଷୁ ପରୀକ୍ଷା ପାଇଁ ଡାକ୍ତର ଏସ୍. ସୀତାରାମ ଚିକିତ୍ସା କରି ପ୍ରେରଣ କରିଥିବା ଜଣାପଡିଛି ା ତତସହ ୪୧୯ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚୟନ କରାଯାଇଛି ା ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବି.ଡି.ଓ ଶଶି ଭୂଷଣ ମହାପାତ୍ର ଯୋଗ ଦେଇଥିବା ବେଳେ ବ୍ଳକ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ସଭାପତିତ୍ବ କରିଥିଲେ ା ପ୍ରଧାନ ଶିକ୍ଷକ ଉମାକାନ୍ତ ନାହକ, ସି.ଆର୍.ସି.ସି ଭଗବାନ ଭୂୟାଁ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମକୁ ବି.ଆର୍.ଟି ଅନିଲ ମୁଦୁଲି ଓ ଚିନ୍ମୟ ଦାଶ ପରିଚାଳନା କରିଥିବା ବେଳେ ପ୍ରଦୀପ ସାସମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମରେ ସମସ୍ତ ଆଇ.ଭି ଟିଚର ଙ୍କ ସମେତ ସମସ୍ତ ସି.ଆର୍.ସି.ସି ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରର ସମସ୍ତ ଷ୍ଟାଫ,ବି.ଇ.ଓ ଅଫିସ ଷ୍ଚାଫ ସହଯୋଗ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here