ରଙ୍ଗିପୁର ପଞ୍ଚାୟତ ଅଫିସରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ 

0
242

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡ ବ୍ଲକ ଅନ୍ତର୍ଗତ ରଙ୍ଗିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକରିଣୀ ଶୁଭଶ୍ରୀ ପାତ୍ର, ଉପ-ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ,ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ,ବ୍ଲକ ଅଧକ୍ଷା ସିଏଚ. ଉଷା ରାଣୀ,ସିଡିପିଓ ଜ୍ୟୋସ୍ନା ପାଢ଼ୀ,ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ,ଡିପିସି ଦେବବ୍ରତ ମହନ୍ତ,ସାଂସଦ ପ୍ରତିନିଧି ଅଜିତ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଉନ୍ନତମାନର ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାର ଫଳ ପନିପରିବା,ଡାଲି ଜାତୀୟ ଶସ୍ୟ ସହ ପିଠା,ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଗର୍ଭବତୀ ମହିଳା ଓ ଶିଶୁଙ୍କୁ ବିକାଶ ଉପରେ ଡେମୋ ଦେଖାଇ ତାର ବ୍ୟବହାର ଉପରେ ବିସ୍ତୃତ ଭାବେ ବୁଝାଇବା ସହ ଜନ୍ମରୁ ୬ବର୍ଷ ପଯ୍ୟନ୍ତ ଶୁଶୁଙ୍କୁ ସଠିକ ପୋଷଣ ସମ୍ପର୍କରେ ଯୋଗଦେଇଥିବା ଅତିଥି ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗୋଦ ଭରା, ମୋ ଗେଲ୍ହା ଝିଅ ସହ ହେଲଥ ବେବି ଶୋ କାର୍ଯ୍ୟକ୍ରମ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତିତ୍ୱଲାଭ କରିଥିବା କୁନିଛାତ୍ର/ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ରଙ୍ଗିପୁର ସରପଞ୍ଚ ପ୍ରେମ ରଞ୍ଜନ ପଟ୍ଟନାୟକ,ସମିତି ସଭ୍ୟା କବିତା ରାଣୀ ଦାଶ,ସୁପରଭାଇଜର ରଚନା ପ୍ରଧାନ,ଏଏନଏମ୍ ଆଶା, ଅଙ୍ଗନବାଡି କର୍ମୀ ସହ ଗ୍ରାମବାସୀ ଯୋଗ ଦେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here