ଦ୍ବିତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ,ଜନ ମାନସରେ ଅଦ୍ଭୁତପୂର୍ବ ଉତ୍ସାହ ଦେଶ ପ୍ରେମର ଜାଗରଣ

0
245

ବ୍ରହ୍ମପୁର: ଗଂଜାମ ଜିଲ୍ଲା ରେ ଅଂହିସା ରଥ ର ପରିଭ୍ରମଣ ର ଦ୍ୱିତୀୟ ଦିନ ରେ ଟାଉନ୍ ହଲ୍ ଠାରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗାନ୍ଧୀଙ୍କ ଜୀବନୀ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପ୍ରଦର୍ଶନୀକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗ କରିଥିଲା । ଶେଷରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା ।
ସଭାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଙ୍କ ଉତ୍ତର ଦାୟାଦ ସୁଶ୍ରୀ ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ସମ୍ମାନୀତ କରାଯାଇଥିଲା ।ବସ୍ତ୍ର ଓ ହସ୍ତତନ୍ତ ବିଭାଗ ତରଫରୁ ୨୦ ଜଣ ହିତାଧିକାରୀଙ୍କୁ ଚରଖା ବଣ୍ଟନ କରାଯାଇଥିଲା । ଏଥିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମାନ୍ୟବର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର,ଓ ମହାନଗର ନିଗମ ଆସିସ୍ଟଣ୍ତ କମିଶନର , ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧି ଓ ଅଧିକାରୀ ମାନେ ଯୋଗ ଦେଇଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା

LEAVE A REPLY

Please enter your comment!
Please enter your name here