ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0
259

ଭଞ୍ଜନଗର : ଭଞ୍ଜନଗର ସ୍ଥିତ ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଦକ୍ଷିଣ- ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ବିଷୋୟୀ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ।ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ,ସହ ଜିଲ୍ଳା ପ୍ରମୁଖ ତ୍ରିନାଥ ଗୌଡ଼ ,ସମ୍ପଦକ ପଦ୍ମନାଭ ପ୍ରଧାନ,ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଭଞ୍ଜନଗର,ଫୁଲବାଣୀ,ବାଲିଗୁଡା,ସଂକୁଳ ରୁ ୧୦୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ବିଚାରକ ଭାବରେ ଶିକ୍ଷକ ଉମାକାନ୍ତ ନାହାକ ,କେଦାରନାଥ ସେଠୀ ,ପ୍ରଦୀପ କୁମାର ଆଚାର୍ଯ୍ୟ,ବନମାଳୀ ଗୌଡ଼,ଶିକ୍ଷୟତ୍ରୀ ବାସନ୍ତୀ ପାଣିଗ୍ରାହୀ ,ଇନ୍ଦିରା ପ୍ରଭା ନାୟକ ,ରଞ୍ଜିତା ଦାସ,ମମତା ପ୍ରଧାନ ଯୋଗଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here