୧୫ଦିନ ହେଲା ଅସୁସ୍ଥ ଅବସ୍ଥାରେ ଦନ୍ତା ହାତୀ; ବନ ବିଭାଗ ନୀରବ ଦ୍ରଷ୍ଟା

0
422

ଭଞ୍ଜନଗର : ଉତ୍ତର ଘୁମୁସର ତାରସିଂ ବନାଞ୍ଚଳ ରାମ୍ଫ ଜଙ୍ଗଲ ମଧ୍ୟରେ ଏକ ଅସୁସ୍ଥ ଦନ୍ତାହାତୀ ଚଳ ପ୍ରଚଳ ହୋଇ ନପାରି ଦୀର୍ଘ ଦିନ ହେଲା ଅସୁସ୍ଥ ଅବସ୍ଥାରେ ରହିଛି।ଉକ୍ତ ହାତୀଟିକୁ ଶିକାରୀ ମାନେ ଦାନ୍ତ ଲୋଭରେ ଗୁଳି ମାରିଥିବା ସନ୍ଦେହ କରାଯାଉଛି।ଏସମ୍ପର୍କରେ ଖବର ପାଇ ତାରସିଂ ବନାଞ୍ଚଳର ରେଞ୍ଜର ଓ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।ହେଲେ ଅସୁସ୍ଥ ହାତୀଟିକୁ ଉପଯୁକ୍ତ ଚିକିତ୍ସା ନମିଳିଲେ ଅଦିନରେ ସେ ମୃତ୍ୟୁବରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।ହାତୀଟି ନିଶ୍ଚଳ ଅବସ୍ଥାରେ ପଡ଼ି ରହି କୌଣସି ଖାଦ୍ୟ ଗ୍ରହଣ କରରୁ ନଥିବା ଜଣାପଡ଼ିଛି।ହେଲେ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ବନ ବିଭାଗ ଗୁରୁତ୍ୱ ଦେଉ ନଥିବା ବେଳେ ନିଜ ଦୋଷକୁ ଅନ୍ୟ ମୁଣ୍ଡ ଉପରେ ଲଦି ଦେବାକୁ ଚେଷ୍ଟା କରାଯାଉଥିବା ଜଣାପଡିଛି।ଗତ କିଛିଦିନ ମଧ୍ୟରେ ଏହି ବନଖଣ୍ଡରେ ଦୁଇଟି ଦନ୍ତା ହାତୀ ଶିକାରୀ ମାନଙ୍କ ଦ୍ୱାରା ମୃତ୍ୟୁ ବରଣ କରିଥିଲେ।ତଥାପି ବନ ବିଭାଗର ଦାୟୀତ୍ୱହୀନତା ଯୋଗୁଁ ଆଗାମୀ ଦିନରେ ଶିକାରୀ ମାନେ ସକ୍ରିୟ ହୋଇ ଅନେକ ହାତୀ ଶିକାର ପାଇଁ ଉଦ୍ୟମ ଜାରି ରଖିବେ ଏଥିରେ ସନ୍ଦେହ ନାହିଁ। ଘଟଣା ସମ୍ପର୍କରେ ବନ ବିଭାଗର ଉଚ୍ଚ କତ୍ତୃପକ୍ଷ ଅବଗତ ନଥିବା ଏସିଏଫ ବିକ୍ରମ ଦେବ ପଟ୍ଟନାୟକ କହିଛନ୍ତି। ବନ ବିଭାଗ ପକ୍ଷରୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଯଦି ଦନ୍ତା ହାତୀର ମୃତ୍ୟୁ ଘଟେ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here