ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
305

ବୁଗୁଡା : ବୁଗୁଡା ପିପୁଲସ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଅଗଷ୍ଟ ୨୮ ତାରିଖ ଦିନ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ନିକଟସ୍ଥ କୁବେରଶ୍ବର ଶୈବ ମନ୍ଦିର ପରିସରରେ ରବୀନ୍ଦ୍ର ନାଥ ପୋଲାଇଙ୍କ ଅଧ୍ୟକ୍ଷତାରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ, ଓ ଡେମୋନଷ୍ଟେଟର ପ୍ରଦୀପ୍ତ କୁମାର ପ୍ରଧାନ ଯୋଗଦେଇ ମହାବିଦ୍ୟାଳୟରୁ ବିଦାୟ ନେଇଥିବା ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ୯୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରାରମ୍ଭିକ ସଙ୍ଗୀତ ଛାତ୍ରୀ ସାଲିନ ପ୍ରଧାନ ଗାନ କରିଥିବା ବେଳେ ଅନ୍ତିମ ସଙ୍ଗୀତ ଛାତ୍ରୀ ଶୁଭଶ୍ରୀ ପାତ୍ର ଗାନ କରିଥିଲେ। ଶେଷ ବର୍ଷର ଛାତ୍ର ଦେବବ୍ରତ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here