ପଞ୍ଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରୁନି ବ୍ଳକ ପ୍ରଶାସନ ,ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଭଞ୍ଜନଗର ବ୍ଳକର ୧୧ ସରପଞ୍ଚ ଓ ସମିତି ସଭ୍ୟ

0
402

ଭଞ୍ଜନଗର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ଭଞ୍ଜନଗର ବ୍ଳକର ୧୧ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ରେ ବ୍ଳକ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ଳକର ଡୁମାକୁମ୍ପା,ବଡ଼କୋଦଣ୍ଡା, ସାନକୋଦଣ୍ଡା,ଗୁଣ୍ଡୁରୀବାଡ଼ି ,ଦଦରାଲୁଣ୍ଡା,ବାଉଶଲୁଣ୍ଡି,ଢ଼ିହପଢାଳ,ଗୋଲାପଡା,ତୁରୁମୁ,ଗାଲେରୀ ଓ ତିଳିସିଙ୍ଗ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ହେବ ନିର୍ବାଚିତ ହୋଇଥିଲେ ମଧ୍ୟ ପଞ୍ଚାୟତ ମାନଙ୍କରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ପାରୁନାହିଁ। ପଞ୍ଚାୟତ ଗୁଡ଼ିକରେ ଗ୍ରାମସଭା ଏବଂ ପଲ୍ଲୀସଭା କରାଯାଇ ତାହାକୁ ରେଜୁଲେସନ କରି ଭର୍ତ୍ତା ପାଇବାକୁ ଯୋଗ୍ୟ ଥିବା ବ୍ୟକ୍ତିଙ୍କ ତାଲିକା,ପଂଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲିଖିତ ଭାବେ ଦିଆଯାଇଥିଲେ ମଧ୍ୟ ତାହା ଆଗେଇ ପାରୁନି। ଏଥି ସହିତ ମନରେଗା ଯୋଜନାରେ କୌଣସି କାଯ୍ୟରେ ସହଯୋଗ ଆଶା କଲେ ପଂଚାୟତ ସ୍ତରୀୟ ଏବଂ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଅସହଯୋଗ ଓ ଅଣଦେଖା କରୁଛନ୍ତି। ଯାହା ଫଳରେ ପଞ୍ଚାୟତ ବାସୀ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ନେଇ ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳ ଓ ବିଡ଼ିଓ ଙ୍କ ଦୁର୍ଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ସମସ୍ତ ଅଭିଯୋଗର ସ୍ଥାୟୀ ସମାଧାନ ସହ ପଂଚାୟତ ଗୁଡିକରେ ସାଧାରଣ ଲୋକଙ୍କ କାମ ଯେପରି ସୁଚାରୂପେ ହେବ ସେଥିପାଇଁ ସହଯୋଗ କରିବାକୁ ୧୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଜିଲ୍ଲାପାଳ ଓ ଗଂଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକକୁ ଭେଟି ଲିଖିତ ଦାବି ଜଣାଇଛନ୍ତି। ଏଥିରେ ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, ବିନାୟକ ତ୍ରିପାଠୀ,ରବିନ୍ଦ୍ର କୁମାର ଗୌଡ଼ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here