ଶିଶୁ ସୁରକ୍ଷା ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା

0
201

ଛତ୍ରପୁର: ନିଜ ସନ୍ତାନ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ସକାଶେ ପିତା ମାତାଙ୍କ ମଧ୍ୟରେ ସୁସମ୍ପର୍କ ଅପରିହାର୍ଯ୍ୟ । ଏଥି ସକାଶେ ପିତାମାତାଙ୍କ ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ । ସନ୍ତାନ ମାନଙ୍କ ଭବିଷ୍ୟତ ଉଜ୍ଜଳମୟ ନିମନ୍ତେ ସମାଜରେ ଉତ୍ତମ ବାତାବରଣର ଆବଶ୍ୟକତା ରହିଛି । ପ୍ରତ୍ଯେକ ନାଗରିକ ନିଜ ପିଲା ମାନଙ୍କର ମାନସିକ ସମସ୍ୟାର ସୁଧାର ଆଣିବା ଦିଗରେ ନିଜ ସନ୍ତାନ ମାନଙ୍କୁ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ଆୟୋଜିତ କର୍ମଶାଳାରେ ଜଣାଇ ଦିଆଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରି ମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପିକକ୍ , ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ବି.ଏଚ୍.ଏ.ଆଇ. ଏବଂ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାଟିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶୁଭଶ୍ରୀ ପାତ୍ର , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଇଧିକାରୀ ସାଧନ ଚନ୍ଦ୍ର ଦାସ, ୟୁନିସେଫ୍ ର ପ୍ରତିନିଧି ଦେବୀକା ସାହୁ ପ୍ରମୁଖ ଯୋଗ ଦେଇ କର୍ମଶାଳାଟିର ଉଦଘାଟନ କରିଥିଲେ । ପିକକ୍ ସଂସ୍ଥାର ପ୍ରଶିକ୍ଷିକା ଶିତଲ୍ ପଟ୍ଟନାୟକ କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିଶୁ ସୁରକ୍ଷା ତଥା ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଭି.ଏଚ୍.ଏ.ଆଇ. ଅନୁଷ୍ଠାନର ରାଜ୍ୟ ସମ୍ପାଦକ ଦେବାନନ୍ଦ ମହାନ୍ତି କର୍ମଶାଳାଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here