ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ଭେଟିଲେ ରେଡ୍ଡୀ ସଂଘମ ପ୍ରତିନିଧି

0
227

ବ୍ରହ୍ମପୁର: ଓଡ଼ିଶାରେ ବାସ କରୁଥିବା ରେଡ୍ଡୀ ଜାତିକୁ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ନେଇ ଓଡ଼ିଶା ପଛୁଆ ବର୍ଗ କମିଶନ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପଦକ୍ଷେପକୁ ନେଇ ସୋମବାର ଦିନ ରେଡ୍ଡୀ ସଂଘମର ୫ ଜଣିଆ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡଃ . ଗୋପବନ୍ଧୁ ଦାସଙ୍କୁ ଭେଟିଥିବା ଜଣାପଡିଛି । ଖବରନୁଯାୟୀ , ରେଡ୍ଡୀ ସଂଘମ ତରଫରୁ ଗତ ଅଗଷ୍ଟ ୫ ତାରିଖ ଦିନ ଜାତିକୁ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗରେ ସାମିଲ କରିବା ପାଇଁ ରେଡ୍ଡୀ ସଂଘମ ଚାରି ଜିଲ୍ଲାର ସଭାପତି ସି .ଏଚ୍ . ଡିଲେଶ୍ବର ରେଡ୍ଡୀଙ୍କ ନେତୃତ୍ୱରେ ଚାରିଗୋଟି ଜିଲ୍ଲା ଯଥା ପୁରୀ , ଖୋର୍ଦ୍ଧା , ଗଞ୍ଜାମ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସମସ୍ତ ଜୋନ୍ ସଭାପତି , ସଂପାଦକ ଏବଂ ସମସ୍ତ ଜିଲ୍ଲା ଅଧିନସ୍ଥ ୨୩ ତାଲୁକାର ସମସ୍ତ ସଭାପତି , ସଂପାଦକ , ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ରେଡ୍ଡୀ ସମାଜର ଉନ୍ନତି କାମନା ଉଦ୍ଦେଶ୍ୟରେ ଭୁବନେଶ୍ବର ସ୍ଥିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସହ ସମାଜର ମୌଳିକ ସମସ୍ୟା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିସହ ଓଡ଼ିଶା ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ତଥା ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ମଧ୍ୟ ଏହାର ଏକ ଅବିକଳ ଦାବିପତ୍ର ପ୍ରଦାନ କରି ଫେରିଥିଲେ । ତେବେ ମିଶନ ଅଧ୍ଯକ୍ଷ ସମାଜର ଏହି ଦାବୀକୁ ବିଚାରକୁୁ ନେଇ ପଛୁୁଆ ବର୍ଗ ଓଡ଼ିଶା ସରକାରଙ୍କ ହରିଜନ ଏବଂ ଆଦିବାସୀ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏଥିରେ ସାମିଲ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ସଂଘମ ସଭାପତିଙ୍କୁ ଏକ ନୋଟିସ ଦିଆଯାଇଥିଲା । ତେଣୁ ଉକ୍ତ ବିଷୟରେ ଆଲୋଚନା କରିବା ସକାଶେ ଆଜି ଜୋନ ସଭାପତି ସି. ଏଚ୍ . ଡିଲେଶ୍ବର ରେଡ୍ଡୀ , ଜୋନ ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଚାରି ତାଲୁକା ସଭାପତି ଏମ୍ . ନୀରଞ୍ଜନ ରେଡ୍ଡୀ , କର୍ପୋରେଟର ତଥା ଜୋନ୍ ମେମ୍ବର ଏନ୍ . ଆପ୍ପାରାଓ ରେଡ୍ଡୀ , ଛତ୍ରପୁର ତାଲୁକା ସଂପାଦକ ସି . ଏଚ୍ . ପୂର୍ଣ୍ଣକୁମାର ରେଡ୍ଡୀ , ଆସିକା ଜୋନ୍ ସଂପାଦକ କେ . ଗୁରୁମୂର୍ତ୍ତୀ ରେଡ୍ଡୀ ପ୍ରମୁଖ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୋପବନ୍ଧୁ ଦାସଙ୍କୁ ସାକ୍ଷାତ କରି ଫେରିଥିବା ଜଣାପଡିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here