ପୋଲସରା ନିର୍ବାଚନ ମଣ୍ଡଳୀକୁ ବିଜେଡି ଗଡରେ ପରିଣତ ପାଇଁ ସଂକଳ୍ପ।

0
292

ପୋଲସରା: ପୋଲସରା ନିର୍ବାଚନ ମଣ୍ଡଳୀକୁ ବିଜୁ ଜନତା ଦଳର ଗଡ଼ ଭାବେ ଗଢି ତୋଳିବାକୁ ଅଗଷ୍ଟ ୧୯ ତାରିଖ ଦିନ ପୋଲସରା ଏନଏସି ର କୋଣାର୍କ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ନିର୍ବାଚନ ମଣ୍ଡଳୀର ଉଭୟ ବୁଗୁଡା ଓ ପୋଲସରା ରୁ ନିର୍ବାଚିତ ଜନପ୍ରତିନିଧି ଓ ବିଜେଡି ବିଜେଡି କର୍ମୀ ବୃନ୍ଦ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ସଂକଳ୍ପ କରିଥିବା ଜଣାପଡ଼ିଛି। ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ସାଙ୍ଗଠନିକ ବୈଠକରେ ପୋଲସରା ବିଧାୟକ ତଥା ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲସରା ନିର୍ବାଚନ ମଣ୍ଡଳୀକୁ ବିଜେଡିର ଏକ ସ୍ବତନ୍ତ୍ର ଗଡ଼ ଭାବେ ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ ଦେଇଥିଲେ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଉଭୟ ବୁଗୁଡା ଓ ପୋଲସରା ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ଉଭୟ ବୁଗୁଡା ଓ ପୋଲସରାର ବହୁ ବିଜେପି ସରପଞ୍ଚ ସମିତି ସଭ୍ୟ ଓ ଏନ୍.ଏ.ସି ର କାଉସିଲେର ବୃନ୍ଦ ବିଜେଡିରେ ସାମିଲ ହେବାକୁ ଇଛା ପ୍ରକାଶ କରିଥିବା ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ। ବିଜେଡିରେ ସାମିଲ ହେବାକୁ ଥିବା ବିଜେପି ନେତା ଓ କର୍ମୀ ଙ୍କୁ ଦଳରେ ଗ୍ରହଣ କରିବା ନେଇ ମନ୍ତ୍ରୀ ଶ୍ରୀ ସାହୁ ସମସ୍ତ ବିଜେଡି କର୍ମୀ ଓ ସମସ୍ତ ଜନପ୍ରତିନିଧିଙ୍କ ମତାମତ ନେଇଥିଲେ। ଏହି ଅବସରରେ ନବ ନିଯୁକ୍ତ ପୋଲସରା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା ଓ ନଗର ମହିଳା ବିଜେଡି ସଭାନେତ୍ରୀ କନକ ରାଉତ ଉଭୟଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ସମ୍ବର୍ଦ୍ଧିତ କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବୁଗୁଡା ବ୍ଲକ ବିଜେଡି ସଭାପତି ଇ ମଦନ ଗୋପାଳ ଦୋରା, ବରିଷ୍ଠ ବିଜେଡି ନେତା ପଦ୍ମନାଭ ସାହୁ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିକ୍ଷୋୟୀ, ଝୂନୁ ଦାସ ଓ ବିକ୍ରମ କୁମାର ନାୟକ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ,ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ୪୧ ନଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ପୋଲସରା ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ବୁଗୁଡା ଏନଏସି ସଭାପତି କେ.ତ୍ରିଲୋଚନ ଦୋରା, ବୁଗୁଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ସିଲୁ ଦଳେଇ , ରଞ୍ଜନ କୁମାର ସାହୁ, କବିରାଜ ଗୌଡ଼ ପ୍ରମୁଖଙ୍କ ସମେତ ଉଭୟ ବୁଗୁଡା ଓ ପୋଲସରା ର ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here