ଆଜି ମଞ୍ଚସ୍ଥ ହେଲା ନାଟକ “ଅଚିହ୍ନା ମଣିଷ “

0
282

ଵ୍ରହ୍ମପୁର: ଆଜି ସନ୍ଧ୍ୟା 6ଘଣ୍ଟ ସମୟରେ ବ୍ରହ୍ମପୁର ପ୍ରକାଶମ ହଲରେ ମଞ୍ଚସ୍ଥ ହେଲା ନାଟକ “ଅଚିହ୍ନା ମଣିଷ”. ସାମାଜିକ ସଚେତନତାଧର୍ମୀ ଏହି ନାଟକଟିକୁ ଯୁବ ନାଟ୍ୟକାର ପ୍ରିୟମ୍ବଦ ପଟ୍ଟନାୟକ ରଚନା କରିଥିବା ବେଳେ ବଳିଷ୍ଠ ନିର୍ଦ୍ଦେଶନା ଦେଇଛନ୍ତି ଡ୍ରାମା ଲଭର କୃଷ୍ଣ ପଣ୍ଡା. ସଂଗୀତରେ କାହ୍ନୁ ମହାପାତ୍ର ଥିଲାବେଳେ ଅଭିନୟରେ ବାବୁଲା ବେହେରା, ରତ୍ନାକର ଶିୟ, ପ୍ରିୟମ୍ବଦ ପଟ୍ଟନାୟକ, ନବୀନ ହୋତା, ପ୍ରଶାନ୍ତ ପ୍ରତିନିଧି, ସୁମନ ମହାପାତ୍ର, ଅକ୍ଷୟ ବରଡ଼, ଦୟାନନ୍ଦ ସାହୁ, ଝିଲ୍ଲୀ, ଚାନ୍ଦମା ପ୍ରମୁଖ ଅଭିନୟ କରୁଛନ୍ତି. କଳାକାର ଏକତା ମଞ୍ଚ ଦ୍ୱାରା ୩ ଦିନ ଧରି ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲରେ ତିନୋଟି ନାଟକ ମଞ୍ଚସ୍ଥ କାର୍ଯ୍ୟକ୍ରମ ଥିବା ବେଳେ ପ୍ରଥମ ଦିନରେ ମନୋଜ ଦାଣ୍ଡପାଟଙ୍କ ନିର୍ଦ୍ଦେଶିତ ଏବଂ କିଏ ମଞ୍ଚସ୍ଥ ହୋଇ ଖୁବ ଦର୍ଶକୀୟ ଆଦୃତି ଲାଭ କରିଥିଲା. ଉକ୍ତ ନାଟକରେ ମୁଖ୍ୟ ଅତିଥି ଭାବେ ରାମଚନ୍ଦ୍ର ରେଡ୍ଡୀ, ମୁଖ୍ୟବକ୍ତା ଭାବେ ନାଟ୍ୟ ନିର୍ଦ୍ଦେଶକ ତୁରୁପତି ସାହୁ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ରୂପେ ଅନିଲ କୁମାର ପାତ୍ର,ସମ୍ମାନିତ ଅତିଥି ଭାବେ ସଞ୍ଜୟ କୁମାର ଷଢଙ୍ଗୀ, ରାଜ ଗୋପାଳ ପାଢ଼ୀ , ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଶରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ. ଉପସ୍ଥାପକ ଶିବାନନ୍ଦ ବାରିକ ମଞ୍ଚ ଉପସ୍ଥାପନା କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା.

LEAVE A REPLY

Please enter your comment!
Please enter your name here