କଇଠଖଣ୍ଡି ପଞ୍ଚାୟତ ପରିଦର୍ଶନରେ ଇଣ୍ଡୋନେସିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍ ସଦସ୍ୟ

0
180

ଗଞ୍ଜାମ: ଇଣ୍ଡୋନେସିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟିମ୍ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ପରିଦର୍ଶନ କରି ଫେରିଥିବା ଜଣାପଡିଛି । ଖବରନୁଯାୟୀ , ରାଜ୍ୟ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡ଼ଃ . ବିଜୟଙ୍କ ନେତୃତ୍ୱରେ ଆଜି ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡଃ . ଫ୍ରେମବ୍ରିଆନା ସ୍ଯାରିଫା , ଫେବି ଅଙ୍ଗାରାଇନୀ , ଶିଜିଟି ସୁଲିଷ୍ଟାୟ ଓ ନି ମେଡ୍ ଦିହା ପ୍ରେମାତା ଲକ୍ଷ୍ମଣ ଡି ପଞ୍ଚାୟତରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସହ ବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ସରପଞ୍ଚଙ୍କ ସହଧର୍ମିଣୀ ପଲ୍ଲବୀ ରାଣୀ ଗୈାଡ ଦୂରରୁ ଆସିଥିବା ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ , ଉପ ସ୍ବାସ୍ଥ୍ୟକେନ୍ଦ୍ର , ମିଶନ ଶକ୍ତି ଗୃହ , କିଛି ବିଦ୍ୟାଳୟ ପରିଦର୍ଶନ କରି ଖୁବ୍ ପ୍ରଶଂସା କରିଥିଲେ । ଏଥିସହ ସରପଞ୍ଚ ଶ୍ରୀ ଗୌଡଙ୍କୁ ପଞ୍ଚାୟତରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା ପ୍ରତି ଅମୂଲ୍ୟ ଅବଦାନ ରହିଥିବାରୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡଃ . ରାମଚନ୍ଦ୍ର ବେହେରା , ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଶିଶିର କାନ୍ତ ମିଶ୍ର , ଆୟୁର୍ବେଦ ଚିକିତ୍ସକ ଡଃ . ଅନୀଲ କୁମାର ସାହୁ , ଅଜିତ କୁମାର ତ୍ବିୱରୀ , ଆୟୁଷ ଡାକ୍ତର ଉତ୍ତରା ପଟ୍ଟନାୟକ , କଇଠଖଣ୍ଡି ଆୟୁର୍ବେଦ ଚିକିତ୍ସକ ବିଜୟଲକ୍ଷ୍ମୀ ପୃଷ୍ଟି , ଆୟୁର୍ବେଦ ସହାୟକ ଜସ୍ମୀନ ମହାନ୍ତି , ଯୋଗ ପ୍ରଶିକ୍ଷକ ଅନୀଲ ପାତ୍ର , ପ୍ରଶିକ୍ଷୀକା ଶ୍ରୀମତୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ଓ ମିଶନ ଶକ୍ତି ମହିଳା ଗୋଷ୍ଠୀ ସହାୟତା ଯୋଗାଇ ଦେଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here