୧୯୧୮ରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଗୋଶାଳାରେ ଗାଈଙ୍କୁ ରାକ୍ଷୀ ବାନ୍ଧିଲେ ପଶୁପ୍ରେମୀ

0
310

ଵ୍ରହ୍ମପୁର: ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ଅବସରରେ ଗୁରୁବାର ଦିନ ବ୍ରହ୍ମପୁର ସହର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଥା ଅନୁସାରେ ଘରେ ଘରେ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିବା ସହ ଆଜିର ଦିନରେ ଜୀବନ ସାରା ରକ୍ଷା କରିବା ପାଇଁ ଭଉଣୀ ଭାଇ ଠାରୁ ପ୍ରତିଶୁତି ନେଇଥାଏ। ଏହି ଦିନ ବିଭିନ୍ନ ଗୋଶାଳାରେ ଗାଈଙ୍କୁ ପୂଜା କରାଯିବା ସହ ଫଳ ଓ ମିଷ୍ଟାନ୍ନ ଖୁଆଇ ରାକ୍ଷୀ ବାନ୍ଧିବା ପରମ୍ପରା ଚାଲି ଆସୁଛି। ଏହି ଅବସରରେ ସହରର ବଡ଼ ବଜାର ନିକଟସ୍ଥ ଆଗା ସାହିରେ ଥିବା ସର୍ଵ ପୁରାତନ ୧୯୧୮ ମସିହାରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଗୋଶାଳାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସେଠାରେ ଥିବା ଗାଈମାନଙ୍କୁ ରାକ୍ଷୀ ବାନ୍ଧିବା ସହ ପାଉଁରୁଟି ଓ ଲଡ଼ୁ ଖାଇବାକୁ ଦେଇଥିଲେ । ଗାଈ ମାନଙ୍କୁ ରକ୍ଷା ବନ୍ଧନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ ଆଇ.ଆଇ.ସି ସୁନିଲ ବେହେରା, ସ୍ଥାନୀୟ ୱାର୍ଡ ନମ୍ୱର -୯ କର୍ପୋରେଟର ସନ୍ତୋଷ କୁମାର ସେଠୀ, ବରିଷ୍ଟ ସାମ୍ୱାଦିକ ବିନୋଦ ପଟ୍ଟନାୟକ, ଅନିଲ ପାଢ଼ୀ, ଅନିଲ ଚୌଧୁରୀ, କାମେଶ୍ୱର ମହାନ୍ତି, ସମାଜସେବୀ ମଧୁସୂଦନ ସାହୁ, ବରିଷ୍ଠ ସମବାୟବିତ୍ ତଥା ରାଜ୍ୟ ବିଜୁ ଜନତା ଦଳ ସମବାୟ ନିର୍ବାଚନ କମିଟି ସଭ୍ୟ ସୁଧୀର ରାଉତ, ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ତଥା ବ୍ଲକ୍ ବିଜେଡ଼ି ସଭାପତି ସନ୍ତୋଷ କୁମାର ଚୌଧୁରୀ, ବ୍ରହ୍ମପୁର ଲୋକସଭା ସଦସ୍ୟଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ପ୍ରତିନିଧି ଟି. ରଘୁ ପ୍ରାସାଦ ପାତ୍ର, ପ୍ରହଲ୍ଲାଦ ଗୌଡ, ପ୍ରକାଶ ସାହୁ, ସାମ୍ବାଦିକ, ପଶୁପ୍ରେମୀ ତଥା ଏସ୍.ପି.ସି.ଏ ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here