ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ଆହୁରି ସହଜ ହେଲା , ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ହେବ

0
225

ଛତ୍ରପୁର :କେନ୍ଦ୍ର ସରକାରଙ୍କ ଆଇନ୍ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ୍ ୧୯୫୦/୧୯୫୧ ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି, ଯାହାକି ଅଗଷ୍ଟ ୧ ତାରିଖ ଠାରୁ କାର୍ଯ୍ୟକାରୀ ହୋଇଅଛି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେ ଜଣାଇଥିଲେଯେ, ବର୍ତ୍ତମାନ ଯୁବବର୍ଗ ଭୋଟର ତାଲିକାରେ ନାମ ସଂଯୋଗ କରିବା ନିମନ୍ତେ ଅଧିକ ସହଜ ହୋଇ ପାରିବ । ବର୍ତ୍ତମାନ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ପରିବର୍ତ୍ତେ ବର୍ଷକୁ ୪ ଥର ଜାନୁୟାରୀ ମାସ, ଅପ୍ରିଲ ମାସ, ଜୁଲାଇ ମାସ ଏବଂ ଅକ୍ଟୋବର ମାସର ପହିଲା ଅର୍ଥାତ୍ ୧ ତାରିଖ ଦିନ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ଭୋଟରଗଣ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରାଇ ପାରିବେ । ତା.୦୧.୦୪.୨୦୨୩ରିଖ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟର ମାନେ ସେମାନଙ୍କ ଆଧାର ନମ୍ବର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବେ । ଆଜି ଠାରୁ ଭୋଟରଗଣ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିବେ । ଏହା ବାଧ୍ୟତାମଳକ ନୁହେଁ । ପଞ୍ଜିକରଣ ଫର୍ମରେ କେତେକ ସଂଶୋଧନ କରାଯାଇଛି । ଏହି ରୂପାନ୍ତରୀତ ପଞ୍ଜିକରଣ ଫର୍ମ ଅଗଷ୍ଟ ୧ ତାରିଖ ଠାରୁ କାର୍ଯ୍ୟକାରୀ ହେଲା । ବର୍ତ୍ତମାନ ନୂଆ ଫର୍ମ ପୂରଣ କରି ଅତି ସରଳ ଭାବରେ ଭୋଟର ତାଲିକାକୁ ସଂଶୋଧନ କରାଇ ପାରିବେ । ଏଣିକି ୧୭ ବର୍ଷ ବୟସର ଯୁବବର୍ଗ ନିଜ ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଆବେଦନ କରିବେ । ସେମାନଙ୍କୁ ୧୮ ବର୍ଷ ଯେଉଁ ଦିନ ହେବ ସେହି ଦିନ ତାଙ୍କ ନାମ ଭୋଟର ତାଲିକାରେ ସଂଯୋଗ ହେବ । ଫର୍ମ-୬ ରେ ନୂତନ ଭୋଟର ହେବା ପାଇଁ, ଫର୍ମ ୬(ଖ) ରେ ଆଧାର ସହିତ ନିଜର ଭୋଟ ପରିଚୟପତ୍ର ସଂଯୋଗ କରିବେ, ଫର୍ମ-୭ ରେ ନାମ ବାଦ ଦେବା ନିମନ୍ତେ

ଆବେଦନ କରିପାରିବେ ଏବଂ ଫର୍ମ-୮ ରେ ଭୋଟର ତାଲିକାରେ ସଂଶୋଧନ ହେଉ କିମ୍ବା ଭୋଟର କାର୍ଡ ରେ ପରିବର୍ତ୍ତନ କରିବା ପାଇଁ ଆବେଦନ କରିପାରିବେ ।
ବୈଠକରେ ରାଜନୈତିକ ଦଳର ପ୍ରାର୍ଥୀଗଣ, ସାମ୍ବାଦିକ ଗଣ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଆସିଷ୍ଟାଣ୍ଟ କଲେକ୍ଟର ପ୍ରମୋଦ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ନେହେରୁ ଯୁବ କେନ୍ଦ୍ରର ଅକ୍ଷୟ ନିପାନେ ଏବଂ ନିର୍ବାଚନ ବିଭାଗର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here