ମୋନାଲି ଗନ୍ତାୟତ ଗୋଲିଆ ଆଦର୍ଶ ବିଦ୍ୟାଳୟରେ ଟପ୍ପର

0
1093

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମୋନାଲି ଗନ୍ତାୟତ ଚଳିତ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସର୍ବାଧିକ ୪୮୪( ୯୬.୮ % ) ମାର୍କ ହାସଲ କରି ଟପ୍ପର ହେବାର ଗୌରବ ଅର୍ଜନ କରିଥିବା ଗୋଲିଆ ଓଏଭି ପ୍ରିନ୍ସପାଲ ସିଦ୍ଧାନ୍ତ ପ୍ରସାଦ ଜେନା ପ୍ରକାଶ କରିଛନ୍ତି। ଗୋଲିଆ ଓଏଭି ୨୦୧୮ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଚଳିତ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ୪୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ, ମାତା ରିତାଞ୍ଜଳୀ ଗନ୍ତାୟତ ଓ ପିତା ଦିଲ୍ଲୀପ କୁମାର ଗନ୍ତାୟତଙ୍କ ସୁପୁତ୍ରୀ ମୋନାଲି ଗନ୍ତାୟତ ଦଶମ ପରୀକ୍ଷାରେ ୯୬.୮୦ ପ୍ରତିଶତ ମାର୍କ ରଖି ଟପର ହୋଇଛନ୍ତି। ସେହିପରି ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଦ୍ବିତୀୟ ସ୍ଥାନରେ ସୁତାପା ମହାପାତ୍ର ୪୭୭ (୯୫.୪%) , ତୃତୀୟ ସ୍ଥାନରେ ଶିବାଙ୍ଗୀ ମିଶ୍ର ୪୬୪ (୯୨.୮%) ଓ ଚତୁର୍ଥ ସ୍ଥାନରେ ସ୍ବୟଂଶ୍ରୀ ହୋତା ୪୫୫ (୯୧%) ମାର୍କ ରଖିଛନ୍ତି। ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ୪୪ ଜଣ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଶତ ପ୍ରତିଶତ ଫଳାଫଳ ହୋଇପାରିଛି। ପ୍ରକାଶ ପାଇଥିବା ଏସବିଏସଇ ଦଶମ ପରୀକ୍ଷାରେ ଗୋଲିଆ ଓଏଭି ରେ ପ୍ରଥମ ଶ୍ରେଣୀରେ ୩୪ ଜଣ , ଦ୍ବିତୀୟ ଶ୍ରେଣୀରେ ୬ ଜଣ ଓ ତୃତୀୟ ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିନ୍ତି। ପରୀକ୍ଷା ଫଳ ପ୍ରକାଶିତ ହେବାପରେ ଗୋଲିଆ ଆଦର୍ଶ ବିଦ୍ୟାଳୟ ଓ ବୁଗୁଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଟପର ହୋଇଥିବା ମୋନାଲି ନିଜର ସଫଳତାର ଶ୍ରେୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜର ମାତା ଓ ପିତାଙ୍କୁ ପ୍ରଦାନ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here