ବାଣିଜ୍ୟ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା

0
257

ଦିଗପହଣ୍ଡି: ସ୍ଥାନୀୟ ଖେମୁଣ୍ଡି କଲେଜରେ ଯୁକ୍ତ ୩ ବାଣିଜ୍ୟ ବିଭାଗ ପକ୍ଷରୁ ଶନିବାର ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଭାଗୀୟ ମୁଖ୍ୟ ସତ୍ୟନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧକ୍ଷ ପ୍ରଣତି ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅଧ୍ୟାପକ କୃଷ୍ଣଚନ୍ଦ୍ର ପ୍ରଧାନ ଓ ପ୍ରଭଞ୍ଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ମଞ୍ଚାସିନ ଥିଲେ। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ କଲେଜ କର୍ତ୍ତୃପକ୍ଷ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here