ହୋଟେଲ ଦ ନ୍ୟୁ ମାରିୟନ୍‌ରେ ସିଲ୍କ ଇିଆ ପ୍ରଦର୍ଶନୀ ଆରମ୍ଭ

0
298

ଭୁବନେଶ୍ୱର : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ସିଲ୍କ ଇିଆ ପ୍ରଦର୍ଶନୀ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥ୍‌ନିକ୍ ୱେଭସ୍‌, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଏହି ପ୍ରଦର୍ଶନୀ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାସ ଓ ଦିବ୍ୟା ମହାନ୍ତିଙ୍କ ଦ୍ୱାରା ହୋଟେଲ୍ ଦ ନ୍ୟୁ ମାରିୟନ୍‌ରେ ଉଦ୍‌ଘାଟିତ ହେବାକୁ ଯାଉଛି । ଯାହା ଆସନ୍ତା ଜୁଲାଇ ୨୨-୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରେ।।ହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ ଗୋଷ୍ଠୀ ଦ୍ୱାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଥିଲା ।
ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ଆକର୍ଷଣୀୟ ଉପ୍ପଦା, ବନାରସି ସିଲ୍କ, ଗଡ୍‌ୱାଲ, ଧରମାଭରମ୍‌, ଜାମ୍‌ଦାନି, ଜମାୱାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ,ହୋମ୍ ର୍ଫିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି । ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯେପରିକି ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ର୍କାଟକ, ବିହାର, ଓଡିଶା, ଛତିଶଗଡ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ଏବଂ ବୁଣାକାରମାନଙ୍କ ସହ ସହଭାଗିତାରେ କାର୍ଯ୍ୟ କରୁଥିବା ମେଟ୍ରୋ ସହରଗୁଡିକର ଅନେକ ଡିଜାଇନର ଏଠାରେ ନିଜ କାର୍ଯ୍ୟର ୫୦,୦୦୦ରୁ ଅଧିକ ବିବିଧତା ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ୱର ଜନପଥସ୍ଥିତ ହୋଟେଲ ଦ ନ୍ୟୁ ମାରିୟନଠାରେ ୨୨ ଜୁଲାଇ ୨୦୨୨ରୁ ୩୧ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ । ପ୍ରଦର୍ଶନୀରେ କରୋନା ସମ୍ବନ୍ଧିତ ନିର୍ଦେଶାବଳୀ ପାଳନ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି, ଲୋକମାନଙ୍କୁ ସେମାନଙ୍କ ଫେସ୍ ମାସ୍କ ବିନା ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ଏବଂ ପ୍ରବେଶ ପଥରେ ସାନିଟାଇଜିଙ୍ଗ୍ ସୁବିଧା ଉପଲବ୍ଧ ରହିଛି ।
ସିଲ୍କ ଇିଆ-ୱେଡିଙ୍ଗ୍ କଲେକ୍ସନର ଆୟୋଜକ, ମାନସ ଆଚାର୍ଯ୍ୟ କହିଛନ୍ତି ଯେ, “ଏହି ହସ୍ତତନ୍ତ ପ୍ରଦର୍ଶନୀର ମୁଖ୍ୟ ଉଶ୍ୟେ ହେଉଛି ବୁଣାକାରମାନଙ୍କୁ ପ୍ରେ।।ହିତ କରିବା ଏବଂ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା । ଏହି ପ୍ରଦର୍ଶନୀଗୁଡିକ ମାଧ୍ୟମରେ ଆମେ ବୁଣାକାର ଓ ସେମାନଙ୍କୁ ହସ୍ତତନ୍ତ ବୁଣା ସାମଗ୍ରୀଗୁଡିକ ପାଇଁ ଯେଉଁଠାରେ ପ୍ରଦର୍ଶନୀ ସମ୍ଭବ ନୁହେଁ ସେଠାରେ ମଧ୍ୟ ଉନ୍ନତ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇଛୁ । ପ୍ରଦର୍ଶନର ଉଶ୍ୟେ ହେଉଛି ବ୍ୟବସାୟୀଙ୍କ ବିନା ଗ୍ରାହକଙ୍କ ନିକଟରେ ସିଧାସଳାଖ ଶୁଦ୍ଧ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପହଂଚାଇବା । ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ସ୍ୱତନ୍ତ୍ର ହାତ ତିଆରି ଶାଢୀଗୁଡିକ ପାଇଁ ୧,୫୦,୦୦୦ ଟଙ୍କା ମଧ୍ୟରେ ରହିଛି ।”

LEAVE A REPLY

Please enter your comment!
Please enter your name here