ବାଇଗଣ ବାଡ଼ି ସମବାୟ ସମିତିର ଉପସଭାପତି ଭାବେ ନିର୍ବାଚିତ ହେଲେ ସରସ୍ଵତୀ ବିଷୋୟୀ ନବ ନିର୍ବାଚିତ ସମବାୟ ସଭାପତିଙ୍କୁ ଗରୀବ ଲୋକଙ୍କ ସେବା ପାଇଁ ଉପଦେଶ ଦେଲେ- ବିରେନ୍ଦ୍ର ଆରୁଖ

0
486

କୁକୁଡ଼ାଖଣ୍ଡି:କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ବାଇଗଣ ବାଡି ସମବାୟ ସମିତି ତରଫରୁ ନବ ନିର୍ବାଚିତ ସମବାୟ ସମିତି ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ କମିଟିର ସଭ୍ୟ ବିରେନ୍ଦ୍ର ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ବାଚିତ ସମବାୟ ସଭାପତିଙ୍କୁ ଗରୀବ ଲୋକଙ୍କ ସେବା ପାଇଁ କହିଥିଲେ ।ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଵିଡିଏ ଅଧକ୍ଷ ସୁବାଷ ମହାରଣା,ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବରିଷ୍ଠ ସମବାୟବିତ୍ ତଥା ରାଜ୍ୟ ନିର୍ବାଚନ କମିଟି ସଭ୍ୟ ସୁଧୀର ରାଉତ, ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ତଥା ବ୍ଲକ୍ ବିଜେଡ଼ି ସଭାପତି ସନ୍ତୋଷ କୁମାର ଚୌଧୁରୀ ଯୋଗଦେଇ ସମସ୍ତ ନବ ନିର୍ବାଚିତ ସଭାପତି ଏବଂ ନିର୍ଦ୍ଦେଶକ ସମେତ ଉପ ସଭାପତି ସରସ୍ଵତୀ ବିଷୋୟୀଙ୍କୁ ସମ୍ବର୍ଦ୍ଦିତ କରିବା ସହ ଗ୍ରାମର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଋଣ ଛାଡ,ସବସିଡି ପ୍ରଦାନ,ଚାଷୀ ଉପକରଣ ଋଣ ଦେବା ସହ ବିହନ ଏବଂ ସାର ଯୋଗାଣ କରିବା କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଆଲୋଚନା କରଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସିଂହଳା ସମିତି ସଭାପତି ତରୁଣ କୁମାର ପାତ୍ର, ବୋରିଗାଁ ସମିତି ସଭାପତି ସୁରେଶ ଚନ୍ଦ୍ର ସାହୁ,ମସିହାଖାଲି ସମିତି ସଭାପତି ସୁରେଶ ଚନ୍ଦ୍ର ସେଠୀ, ଆମ୍ବଗଡ଼ ସମିତି ସଭାପତି କାହ୍ନୁଚରଣ ପାତ୍ର,ରୋହିଗାଁ ସମିତି ସଭାପତି ଦିବାକର ଜେନା,ମହୁରୀ କାଳୁଆ ସମିତି ସଭାପତି ଟେନ୍ ମଲିକ୍,କୁକୁଡ଼ାଖଣ୍ଡି ସମିତି ସଭାପତି ଶିବରାମ ପାତ୍ର,ହୁଗୁଳାପାଟା ସମିତି ସଭାପତି ଭଗବାନ ସ୍ୱାଇଁ,ଯୋଗିଆପଲ୍ଲୀ ସମିତି ସଭାପତି କେ.ସନ୍ତୋଷ ପାତ୍ର,ସୁକୁଣ୍ଡା ସମିତି ସଭାପତି କାମେଶ୍ୱର ବିଶ୍ଵାଳ, ଅନନ୍ତେଈ ସମିତି ସଭାପତି ଲଳିତା ପାତ୍ର,ଗୁରୁଣ୍ଠି ସମବାୟ ସମିତି ସଭାପତି ରିତାରାଣି ନାୟକ ଯୋଗଦେଇଥିଲେ ।ଏହି ଅବସରରେ ରାଜ୍ୟ ନିର୍ବାଚନ କମିଟି ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ,କୁକୁଡ଼ାଖଣ୍ଡି ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ଵାଳ,ସମବାୟବିତ୍ ପୂର୍ଣ୍ଣ ଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ଗୌଡ,ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣି ବାବୁ,ଖଲ୍ଲି ରେଡ୍ଡୀଙ୍କ ସମେତ ନବ ନିର୍ବାଚିତ ନିର୍ଦେଶକ ତଥା ବରିଷ୍ଠ ବିଜେଡି ନେତା ରଜିତ ପାତ୍ର,ଭବାନୀ ଶଙ୍କର ବିଷୋୟୀ, ପ୍ରଭାକର ପାତ୍ର,ସୁରେନ୍ଦ୍ର ମଲ୍ଲିକ,ଲଳିତା ବିଷୋୟୀ,ସ୍ଵରସତି ବିଷୋୟୀ,ସତ୍ୟବାନ୍ ବିଷୋୟୀ,ରୋହିତ ଦାସ,ମିନତୀ ମହାନ୍ତି, ଗାୟତ୍ରୀ ମହାନ୍ତି, ସସ୍ମିତା ପାତ୍ର, ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତି ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here