ହରିଣ ଧକ୍କାରେ ବାଇକ ଆରୋହୀ ଗୁରୁତର

0
233

କୋଦଳା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢ଼ାମ୍ୱ ଠାରୁ ଦେଓ ଗାଁ ରାସ୍ତା ରେ ଏହି ଦୁର୍ଘଟଣା ଘଟିଛି । ଆହତ ବ୍ୟକ୍ତି ଜଣକ ହେଲେ ଗୁଡ଼ିଆପଲ୍ଲି ଗ୍ରାମ ର ରଞ୍ଜିତ ନାୟକ ( ବୟସ – ୨୫ ) । ସେ କୋଦଳା ଏନେସି ରେ ଝାଡୁଦାର ଭାବେ କାର୍ଯରତ ଥିଲେ ।ସେ ପ୍ରତ୍ୟେକ ଦିନ ନିଜ ଗ୍ରାମ ଗୁଡ଼ିଆପଲ୍ଲୀ ରୁ କୋଦଳା ଯିବା ଆସିବା କରନ୍ତି। କିନ୍ତୁ ଆଜି ସେ କାମକୁ ଟିଭିଏସ୍ ସ୍ପୋର୍ଟସ ବାଇକ୍ ରେ ୨:୪୫ ସମୟରେ ଆସିବା ସମୟ ରେ ଅଚାନକ ଗାଡ଼ି ସମୁଖକୁ ଏକ ହରିଣ ଆସିବା ଫଳରେ ଗାଡ଼ି ଭାରସମ୍ୟ ହରାଇ ଦୃଘଟଣା ଘଟିଛି । ହରିଣଟି ମଧ୍ୟ ମୃତ୍ୟୁ ହୋଇଥିବା ର ସୂଚନା ମିଳିଛି ।ରଞ୍ଜିତ କୁ ପ୍ରଥମେ କୋଦଳା ଗୋଷ୍ଟୀସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା , ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନାନ୍ତରିତ କରାଗଲା ।

LEAVE A REPLY

Please enter your comment!
Please enter your name here