ଦୁର୍ଘଟଣା ରେ ଓଡ଼ିଆ ଶ୍ରମିକ ଗୁରୁତର ଭାବେ ଆହତ, ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ କଲେ ପରିବାର ଲୋକ

0
237

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡା ଗ୍ରାମର ଏକ ଭଡ଼ା ଘରେ ରହୁଥିବା ରଞ୍ଜନା ସ୍ଵାଇଁ ଓରଫ (ରଜନୀ ) ଙ୍କ ୨୪ ବର୍ଷର ପୁଅ ନାରାୟଣ ସ୍ଵାଇଁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସୁଦୂର ସୁରାଟ ସହରର କିମ୍ କୁ ଯାଇଥିଲା । ସେଠାରେ ନାରାୟଣ ଏକ ସୁତା କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରି ଭଲ ଦି ପଇସା ରୋଜଗାର କରି ନିଜ ଘରକୁ ପଠାଉଥିଲା । ବେଶ୍ ହସ ଖୁସିରେ ଚାଲିଥିଲା ପରିବାର । ହେଲେ ବିଧିର ବିଧାନ ଥିଲା ନିଆରା ଗତ୪ ଦିନ ତଳେ ସେ କମ୍ପାନୀ ରୁ କାମ ସାରି ନିଜ ବସା କୁ ଫେରୁଥିବା ବେଳେ ହଠାତ୍ ଏକ ଟ୍ରକ୍ ଧକ୍କାରେ ସେ ଗୁରୁତର ଭାବେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମା ଏବଂ କିଛି ବନ୍ଧୁ ଙ୍କ କହିବା ମୁତାବକ ତାଙ୍କ ପାଖରେ ଯାହା ଟଙ୍କା ପଇସା ଥିଲା ସବୁ ସରିଲାଣି । ନାରାୟଣ ଙ୍କ ଚିକିତ୍ସା ନିମନ୍ତେ ବହୁ ଟଙ୍କା ର ଆବଶ୍ୟକତା ଅଛି ସେମାନେ ଆଉ ପାରୁ ନାହାନ୍ତି । ଏଣୁ ସହାୟତା ପାଇଁ ନିବେଦନ କରିଛନ୍ତି ତାଙ୍କ ପରିବାର ବର୍ଗ ଓ ସାଙ୍ଗ ସାଥି । ତାଙ୍କୁ ସହାୟତାର ହାତ ବଢେଇବା ପାଇଁ ଯେ କୌଣସି ସହୃଦୟବାନ ବ୍ୟକ୍ତିବିଶେଷ ଏବଂ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଯଦି ଚାହାଁନ୍ତି ନିମ୍ନଲିଖିତ ତାଙ୍କ ମା ଙ୍କ ଆକାଉଣ୍ଟ ନମ୍ବରରେ ସହାୟତା ରାଶି ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ରାହାଡ଼ା ଗ୍ରାମବାସୀ ଙ୍କ କହିବା ମୁତାବକ ନାରାୟଣ ସମେତ ତାଙ୍କ ମା, ବୁଢ଼ା ବାପା ଏବଂ ଅନ୍ୟ ଦୁଇ ଭାଇ ମିଶି ଅନ୍ୟ ଏକ ଗ୍ରାମରୁ ଆସି ଦୀର୍ଘ ଦିନ ହେଲାଣି ରାହାଡା ଗ୍ରାମରେ ଏକ ଭଡ଼ା ଘରେ ରହିବା ସହ ଏଠି ଆଧାର କାର୍ଡ ମଧ୍ଯ କରିସାରିଲେଣି ।

ରଞ୍ଜନା ସ୍ଵାଇଁ
ଆକାଉଣ୍ଟ୍ ନମ୍ବର- 515618210004985
Ifsc no-Bkid0005156
Bank of India, Sumandal Branch, ମୋବାଇଲ ନମ୍ବର – 7041909891

LEAVE A REPLY

Please enter your comment!
Please enter your name here